ନିରାଡମ୍ବରରେ ସମାବର୍ତ୍ତନ ଉତ୍ସବ

0 340

ଭୁବନେଶ୍ୱର,୧୮/୦୭( ଏସ ଏସ ନିଉଜ)ଶନିବାରଦିନ ଓଡିଶା ଅଗ୍ନିଶମ ବିପରି ନିସ୍ତାର ପ୍ରତିଷ୍ଠାନ, ବରମୁଣ୍ଡା,
ଭୁବନେଶ୍ବର ଠାରେ ୩୦ ତମ ଅଗ୍ନିଶମ କେନ୍ଦ୍ରାକାରୀ ପ୍ରଶିକ୍ଷାର୍ଥୀ ମାନଙ୍କର ସମାବର୍ତ୍ତନ ଉତ୍ସବ ନିରାଡ଼ମ୍ବର ଭାବରେ
ପାଳନ କରାଯାଇଥିଲା । coVID-19 ଜରୁରୀ ପରିସ୍ଥିତିକୁ ଦୃଷ୍ଟି ରେ ରଖ୍ ଏହି ସମାବର୍ତନ ଉତ୍ସବ କୁ ସୀମିତ
କରାଯାଇ ଅଗ୍ନିଶମ ବିପରି ନିସ୍ତାର ପ୍ରତିଷ୍ଠାନ ର Conference Hall ରେ କରାଯାଇଥିଲା ଓ ସମ୍ପୂର୍ଣ ସାମାଜିକ ଦୂରତା ରଖି ଯଥା ସମ୍ଭବ ପାଳନ କରାଯାଇଥିଲା । ଏହି ଉତ୍ସବ ରେ ମୁଖ୍ୟ ଅତିଥୀ ଭାବରେ ଅଗ୍ନିଶମ
ମହାନିର୍ଦ୍ଦେଶକ ଶ୍ରୀ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥ ଭାବରେ ଯୋଗ ଦେଇଥିଲେ । ଏହା ବ୍ୟତୀତ ଅତିରିକ୍ତ
ମହାନିର୍ଦ୍ଦେଶକ ଡ଼. ସୌମ୍ୟା ମିଶ୍ର ଓ ଆରକ୍ଷୀ ମହାନିରୀକ୍ଷକ ଶ୍ରୀ ଅସିତ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥୀ ଭାବରେ
ଯୋଗ ଦେଇଥିଲେ । ମୋଟ ୧୯ ଜଣ ଅଗ୍ନିଶମ କେନ୍ଦ୍ରାକାରୀ ତାଙ୍କର ୯ ମାସର ପ୍ରଶିକ୍ଷଣ ଅବଧୂ ସଫଳତାର ସହ
ଶେଷ କରି ଏହି ଉତ୍ସବରେ ଭାଗ ନେଇଥିଲେ । ଏହି ସମାବର୍ତ୍ତନ ଉତ୍ସବରେ ଅଧୁକାରୀ ମାନଙ୍କୁ ଅଗ୍ନିଶମ ବିପଭି
ନିସ୍ତାର ପ୍ରତିଷ୍ଠାନ ର ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ସ୍ବାଇଁ ଶପଥ ପାଠ କରାଇଥିଲେ । ସେମାନେ ନିଜ କର୍ମ କ୍ଷେତ୍ରରେ
ଜଣେ ଶୃଙ୍ଖଳିତ ସଭ୍ୟ ଭାବରେ ସାମ୍ବିଧାନିକ ବିବ୍ୟବସ୍ଥା ପରିସରରେ ରହି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନିଷ୍ଠାର
ସହିତ ଦେଶ ଓ ଜାତିର ସେବା କରିବେ ବୋଲି ଇରଙ୍କ ନାମରେ ଶପଥ ନେଇଥିଲେ । ମୁଖ୍ୟ ଅତିଥୁ ଶ୍ରୀ ସତ୍ୟଜିତ
ମହାନ୍ତି ଏହି ଅଧୁକାରୀ ମାନଙ୍କୁ କିପରି ନିଜର କର୍ମକୁ ପେସା ଭାବରେ ଗ୍ରହଣ କରିପାରିବେ ଓ ଏହା ଦ୍ଵାରା ଆପତୃପ୍ତି
ଲାଭ କରିପାରିବା ସହ ନିଜକୁ ଜଣେ ପେସାଦାର ଅଗ୍ନିଶମ ଅଧୁକାରୀ ଭାବେ ଗଢିତୋଳିବେ ବୁଝାଇଥିଲେ । ଜଣେ
ଆଗ୍ନିକ କିପରି ଭାବେ ଲୋକ ମାନଙ୍କର ବିପଦର ବନ୍ଧୁ ହୋଇ କାର୍ଯ୍ୟ କରି ଲୋକାଦୃତ ହେଇପାରିଛି ତା ଉପରେ ମଧ୍ୟ
ଆଲୋକପାତ କରିଥିଲେ । ସେ ନୂତନ ଭାବରେ ତାଲିମ ନେଇଥିବା ଅଧ୍ବକାରୀ ମାନଙ୍କୁ ନିଜର motto “WE
SERVE TO SAVE” ମହତ୍ କୁ ଆଧାର କରି କାର୍ଯ୍ୟ କରିବା ପାଇଁ ଉପଦେଶ ଦେବା ସହ ସେମାନଙ୍କର ଭଜକ
ଭବିଷ୍ୟତ କାମନା କରିଥିଲେ । ଏହି ଉତ୍ସବ ର ଅନ୍ୟତମ ଅତିଥୁ ଶ୍ରୀ ଅସିତ କୁମାର ପାଣିଗ୍ରାହୀ ନିଜର ବକ୍ତବ୍ୟ ରେ
ଓଡିଶା ଅଗ୍ନିଶମ ସେବା ସଂସ୍ଥା କିପରି ସର୍ବ ଭାରତୀୟ ସ୍ଥରରେ ଆଦୃତ ହୋଇ ପାରିଛି ତାହା ଉପରେ ଆଲୋକପାତ
କରିଥିଲେ । ସେ କହିଥିଲେ କି ଓଡିଶା ଅଗ୍ନିଶମ ସେବା ସଂସ୍ଥା ର ସଫଳତା ପାଇଁ ଉଚ୍ଚକୋଟିର ପ୍ରଶିକ୍ଷଣ ହିଁ ଚାବିକାଠି
। ପ୍ରଶିକ୍ଷିତ ଅଧୁକାରୀ ମାନଙ୍କ ମଧ୍ୟରେ ସର୍ବୋଚ୍ଚ ନମ୍ବର ରଖ୍ ପ୍ରଥମ ଓ ଦ୍ବିତୀୟ ସ୍ଥାନ ରଖୁଥୁବା ଅଧୁକାରୀ ମାନଙ୍କୁ
ମୁଖ୍ୟ ଅତିଥୁ ପୁରସ୍କୃତ କରିଥିଲେ । ପରିଶେଷରେ ଅଗ୍ନିଶମ ବିପରି ନିସ୍ତାର ପ୍ରତିଷ୍ଠାନ ର ଅଧକ୍ଷ ଶ୍ରୀ ମନୋରଞ୍ଜନ
ଭୋଳ ଅତିଥୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.