କୃଷ୍ଣସାର ମୃଗର ଭାଙ୍ଗିଲା ଗୋଡ

0 128

ବାରଙ୍ଗ,୨୩/୮(ଏସଏସନିଉଜ) ଗତ କିଛିଦିନର ବ୍ୟବଧାନ ପରେ ପୁଣି ଖାଦ୍ୟପାଇଁ ଏନକ୍ଲୋଜର ଭିତରେ ସଂଘର୍ଷ ଘଟି ଏକ କୃଷ୍ନସାରମୃଗର ଗୋଡ ଭାଙ୍ଗିଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି। ନନ୍ଦନକାନନର ୬୬ନମ୍ବର (କ) ଏନକ୍ଲୋଜରରେ ରହୁଥିବା ବୟସ୍କ ଅଣ୍ଡିରା କୃଷ୍ଣସାରମୃଗ ଖାଦ୍ୟାଭାବ ଯୋଗୁଁ ଅନ୍ୟ କୃଷ୍ଣସାରମୃଗ ସହ ସଂଘର୍ଷ ଘଟି ତାର ଡାହାଣ ପଟ ଗୋଡରେ ଶକ୍ତ ଆଘାତ ଲାଗି ଗୋଡଟି ଭାଙ୍ଗିଯାଇଥିବାର ମଙ୍ଗଳବାର ଦିନ ଦେଖିବାକୁ ମିଳିଛି ।ଖବର ପାଇ ବନ୍ୟପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା କରିବା ସହ ଗୋଡରେ ଅସ୍ତ୍ରୋପଚାର କରିଛନ୍ତି।ଏବେ କୃଷ୍ଣସାର ମୃଗଟି ଅସୁସ୍ଥ ଥିବାବେଳେ ଖାଇବା ପରିମାଣ କମେଇଦେଇଥିବାର ଜଣାପଡିଛି ।ସେହିପରି ୬୬ନମ୍ବର(ଖ) ଏନକ୍ଲୋଜରରେ ଏକ ଛୁଆ କୃଷ୍ଣସାର ମୃଗ ଖାଦ୍ୟାଭାବ ଯୋଗୁଁ ଅନ୍ୟ କୃଷ୍ଣସାର ମୃଗ ସହ ମାଡଗୋଳ ହୋଇ ତାର ଦେହରେ କ୍ଷତ ସୃଷ୍ଟି ହୋଇ ଅଚେତ୍ ହୋଇ ତଳେ ପଡିଯାଇଥିଲା।ନନ୍ଦନକାନନ ଚିକିତ୍ସକ ତାର ଚିକିତ୍ସା କରୁଥିବା ବେଳେ ସେ ସମ୍ପୂର୍ଣ ସୁସ୍ଥ ହୋଇ ନଥିବାର ଜଣାପଡିଛି।ଜନ୍ତୁ ବିଭାଗର ପରିଚାଳନାଗତ ତ୍ରୁଟି ଓ ରକ୍ଷଣାବେକ୍ଷଣ ଅଭାବରୁ ପାଟି ଫିଟୁନଥିବା ନିରୀହ ପଶୁପକ୍ଷୀଙ୍କର ଅକାଳ ମୃତ୍ୟୁ କେତେବେଳେ ହଉଛି ତ କେତେବେଳେ ମାଡପିଟ ହେବାଫଳରେ କ୍ଷତ ସୃଷ୍ଟି ହୋଇ ଜୀବଜନ୍ତୁମାନେ ଅସୁସ୍ଥ ହେଉଛନ୍ତି ।ଏହା ନିତିଦିନିଆ ଘଟଣା ହୋଇଯାଇଥିବାବେଳେ ଜନ୍ତୁବିଭାଗ ଅଧିକାରୀ ଓ ତଦାରଖ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କର ଖାମଖିଆଲ ମନୋଭାବ ଏହିଭଳି ଘଟଣା ସ୍ପଷ୍ଟ ବୟାନ କରୁଛି ।ଯାହକୁ ନେଇ ଜୀବଜନ୍ତୁ ପ୍ରେମୀମାନେ ବ୍ୟଥିତ ହେଉଛନ୍ତି ।(ଦୀପକନାୟକଙ୍କ ରିପୋର୍ଟ)

 

Leave A Reply

Your email address will not be published.