ନବରଙ୍ଗପୁର,୧୬।୫(ଏସଏସନିଉଜ)କୁଖ୍ୟାତ ଗୋରୁମାଫିଆ ସେକ୍ ଅଜିଜ୍ ଗିରଫ ହୋଇଛନ୍ତି।ସେକ୍ ଅଜିଜ୍କୁ ନିଜ ଘରୁ ଗିରଫ କଲା ନବରଙ୍ଗପୁର ପୋଲିସ।ଅଜିଜ ନାଁରେ ନବରଙ୍ଗପୁର ଓ କୋରାପୁଟ୍ ଜିଲ୍ଲାରେ ଅଛି ୬ଟି ମାମଲା।ନିକଟରେ ସଂପୃକ୍ତ ୨ଟି ମାମଲାରେ ୧୫୦ ଗୋରୁ ଉଦ୍ଧାର କରିଥିଲା ପୋଲିସ।ଏବେ ୧୫୦ରୁ ଊର୍ଦ୍ଧ୍ବ ଗୋରୁ ବିଶାଖାପାଟଣା ଓ ହାଇଦ୍ରାବାଦ ଚାଲାଣ କରିଥିବାର ସୂଚନା ପୋଲିସକୁ ମିଳିଛି।
