କୁଟାଗଦାରେ ଲାଗିଲା ନିଆଁ

0 412

ମେଣ୍ଢାଶାଳ,୧୩/୧(ଏସ୍ଏସନିୟୁଜ)ଚନ୍ଦକାଥାନା ଅର୍ନ୍ତଗତ ଜାମୁଝରୀସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶକାରାଶ୍ରମରେ ଥିବା କୁଟାଗଦାରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଥିଲା । ଯାହାଫଳରେ ୧୦ଟ୍ରାକ୍ଟରରୁ ଉର୍ଦ୍ଧ କୁଟା ପୋଡି ପାଉଁଶ ହୋଇଯାଇଛି ।କୁଟାଗଦା ଉପରେ ଯାଇଥିବା ଏଗାରକେଭି ବିଦ୍ୟୁତତାର ଛିଣ୍ଡିପଡି କୁଟାଗଦା ଉପରେ ପଡିବାରୁ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ମୁକ୍ତାକାଶରେ ଥିବା କଏଦୀମାନେ ଆସି ନିଆଁକୁ ଆୟତ କରିଥିଲେ ।ଖବରପାଇ ଜଟଣୀରୁ ଏକ ଦମକଳ ଆସି ନିଆଁଲିଭାକାମରେ ନିୟୋଜିତ ହୋଇଥିଲା । କାରାଶ୍ରମରେ ଥିବା ୧୦୦ରୁ ଉର୍ଦ୍ଧ ଗାଇମାନଙ୍କ ପାଇଁ ଏହି କୁଟା ଅଣାଯାଇ ରଖାଯାଇଥିଲା ।

Leave A Reply

Your email address will not be published.