ଅଂହକାର ତ୍ୟାଗକଲେ ଶ୍ରେଷ୍ଠ ଭାରତ ଗଠନ ହୋଇପାରିବ-ରାଜ୍ୟପାଳ

0 257

ଭୁବନେଶ୍ୱର,୧୩/୧(ଏସ୍ଏସ୍ ନିଊଜ) ପଟିଆକାନନବିହାର ଫେଜ-୨ରେ ଥିବା ଶ୍ରୀଜୟଦେବଶିକ୍ଷାକେନ୍ଦ୍ରର ୨୬ତମ ବାର୍ଷିକଉସବ ସୋମବାରଦିନ ଉଦଘାଟିତ ହୋଇଯାଇଛି ।ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ ।ମହାକବି ଶ୍ରୀଜୟଦେବଙ୍କ ନାମରେ ନାମିତ ଶିକ୍ଷାକେନ୍ଦ୍ରର ବିଭିର୍ଣ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।ଏହି ବ୍ରହ୍ମାଣ୍ଡରେ ଆମେ ସମସ୍ତେ ସମାନ ନୁହେଁ କିନ୍ତୁ ଆମେ ସମସ୍ତେ ଏକ ବୋଲି ସବୁ ଧର୍ମ ଏକଥାକୁ ସ୍ୱିକାର କରିଛି ।ଜଗନ୍ନାଥଙ୍କ କୃପାରୁ ପ୍ରତିଟି ଶିଶୁ ପିତାମାତାଙ୍କ ପାଇଁ ଏକ ଅନୁପମ ଉପହାର ଶିଶୁକୁ ଆଦର କରିବା ଶିକ୍ଷକମାନଙ୍କର ଧର୍ମ ବୋଲି ରାଜ୍ୟପାଳ କହିଥିଲେ ।ଅଂହକାର ତ୍ୟାଗକରି ମୁଁ ପରିବେର୍ତ ଆମେ ସର୍ବଦା ପରିଚୟ ଦେଲେ ଶ୍ରେଷ୍ଠଭାରତ ଗଠନ ହୋଇପାରିବ ।ଆମେ ସମସ୍ତଙ୍କୁ ପ୍ରେମବନ୍ଧନରେ ବାନ୍ଧି ରଖିଲେ ପୁରା ବ୍ରହ୍ମାଣ୍ଡ ସୁଦୃଢ ଓ ସୁରକ୍ଷିତ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର ପଦପଲ୍ଲବ କୁ ଉନ୍ମୋଚନ କରିଥିଲେ । ବିଦ୍ୟାଳୟପରିଚାଳନାକମିଟିର ସଭାନେତ୍ରୀ ଅନ୍ନପୁର୍ଣାମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସବରେ ଭୁବନେଶ୍ୱରଉତରବିଧାୟକ ସୁଶାନ୍ତକୁମାରରାଉତ ସମ୍ମାନୀତଅତିଥିଭାବେ ଯୋଗଦାନକରି ଶିକ୍ଷାକେନ୍ଦ୍ରକୁ ସମସ୍ତପ୍ରକାରର ସାହାର୍ଯ୍ୟ ଓ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।ଶିକ୍ଷାକେନ୍ଦ୍ରର ମାର୍ଗଦର୍ଶକ ତଥା ଶିକ୍ଷାବିତ ଅଲେଖନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନକରିଥିଲେ । ଶିକ୍ଷାକେନ୍ଦ୍ର ତରଫରୁ ରାଜ୍ୟପାଳଙ୍କୁ ଉପଢୈ।କନ ଦେଇ ସମ୍ଭର୍ଦ୍ଧନା ଦିଆଯାଇଥିଲା ।ପରେ ରାଜ୍ୟପାଳ ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷାକେନ୍ଦ୍ରର ପ୍ରଧାନଆଚାର୍ଯ୍ୟ ପ୍ରଦୀପକୁମାରପାଣି ବାର୍ଷିକବିବରଣୀ ପାଠକରିବା ସହ ଧନ୍ୟବାଦ ଦେଇଥିଲେ ।ଶେଷରେ ପିଲାମାନଙ୍କ ଦ୍ଵାରା ଆକର୍ଷଣୀୟ ସାସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।

Leave A Reply

Your email address will not be published.