ସ୍କୁଟି ଚାଳକକୁ ୨୬ହଜାରେଟଙ୍କାର ଫାଇନ

0 344

ବାରଙ୍ଗ,୧୪/୧(ଏସ୍‌ଏସ୍‌ନିୟୁଜ) ସ୍କୁଟି ଚାଳକକୁ ହଜାରେ ନୁହେଁ ୨୬ ହଜାରେ ଟଙ୍କାର ଫାଇନ ।କଟକ ଆରଟିଓଙ୍କ ପକ୍ଷରୁ ବାରଙ୍ଗଥାନା ଆଗରେ ଏହି ଭଳି ଫାଇନ କଟାଯାଇଥିବାର ମଙ୍ଗଳବାରଦିନ ଦେଖିବାକୁ ମିଳିଛି ।ଜଣେ ୧୭ବର୍ଷର ବାଳକ ସ୍କୁଟି ଚଳାଇ ଧରାପଡିବାପରେ ଗାଡିମାଲିକ ଙ୍କ ନାମରେ ୨୬ହଜାରେ ଟଙ୍କାର ଚାଲଣ କଟାଯାଇଛି ।
ବାରଙ୍ଗଗୋଠପୁର ଗ୍ରାମର ସାଗରପରିଡା ନାମକ ଜଣେ ୧୭ବର୍ଷର ବାଳକ ତାର ସର୍ମ୍ପକିୟ କୈଳାସ ରାଉତ ନାମକ ବ୍ୟକ୍ତିଙ୍କଠାରୁ ସ୍କୁଟିନଂ ଓଡି୦୫-ଏଜେ-୧୫୧୨ଟିକୁ ଆଣି  ମଙ୍ଗଳବାରଦିନ ବାରଙ୍ଗ ଆସିଥିଲେ ।ଏହିସମୟରେ ବାରଙ୍ଗଥାନା ଆଗରେ କଟକ ଆଡସିନାଲ ଆରଟିଓ ରାଜେଶମାରାଣ୍ଡି ଙ୍କ ତତ୍ୱାବଧାନରେ ଓ ବାରଙ୍ଗଥାନା ପୋଲିସ ର ସହଯୋଗରେ ଗାଡି ଚେକିଂ କରା ଯାଉଥିଲା ।ଏହି ସମୟରେ ସାଗର ସ୍କୁଟିନେଇ ଆସୁଥିବାବେଳେ ଆରଟିଓ କର୍ମଚାରୀମାନଙ୍କ ହାବୁଡରେ ପଡିଯାଇଥିଲା ।ବିନା ହେଲମେଂଟରେ ଆସୁଥିବାରୁ କର୍ମଚାରୀ ମାନେ ସାଗରକୁ ଅଟକାଇଥିଲେ ।ପରେ ସାଗରର ବୟସ ୧୭ବର୍ଷ ହୋଇଥିବାବେଳେ ସ୍କୁଟିର ମାଲିକ ସାଗର ନୁହେ ବୋଲି ଯଣ।ପଡିଥିଲା ।ଏହାପରେ ସାଗରର ଗୁହାରୀକୁ ଶୁଣିନଥିଲେ କର୍ମଚାରୀମାନେ । ବିନାହେଲମେଂଟ ପାଇଁ ୧,୦୦୦ ଓ ୧୭ ବର୍ଷବୟସରେ ଗାଡି ଚଳାଇବା ସହ ଡିଏଲ ନଥିବାରୁ ୨୫,୦୦୦ଟଙ୍କାର ଫାଇନ ଦେବା ନିମନ୍ତେ ଗାଡିମାଲିକ ଙ୍କ ନାମରେ ଚାଲଣ କଟା ଯାଇଥିବା ଜଣାପଡିଥିଲା  ।

Leave A Reply

Your email address will not be published.