ମୋ ଭାଇ ଭଉଣୀ ଶୁଣ

0 552

ବାରଙ୍ଗ,୧୪/୧(ଏସ୍‌ଏସ୍ ନିୟୁଜ)ସ୍ୱର୍ଗପୁର ର ଜମ ମର୍ତମଣ୍ଡଳକୁ ଓହ୍ଲାଇଆସିଥିଲେ ।କଳାକାରମାନଙ୍କୁ ଦେଇଥିଲେ ଆଦେଶ । କଳାକାରମାନେ ସଡକ ଦୁର୍ଘଟଣାରୁ ରକ୍ଷା ପାଇବାପାଇଁ ନୃତ୍ୟ ଓ ସଙ୍ଗିତ ମାଧ୍ୟମରେ ସଚେତନ କରିବେ । ଏହିଭଳି ଏକ ପଥପ୍ରାନ୍ତ ନୃତ୍ୟ ମଙ୍ଗଳବାରଦିନ ଅପରାହ୍ନରେ ନନ୍ଦନକାନନ ପ୍ରବେଶପଥରାସ୍ତା ଉପରେ ହୋଇଥିଲା ।ଏକ ସୁସଜ୍ଜିତ ରଥରେ କଳାକାରମାନେ ଆସିନନ୍ଦନକାନନ ଛକରେ ପହଁଚିଥିଲେ । ଜମ ଚିତ୍ରଗୁପ୍ତକୁ ଧରି ତାଙ୍କ ସଜ୍ଜିତ ଯାନ ବାଇକରେ ଆସି ପହଁଚିବାପରେ ନୃତ୍ୟମାଧ୍ୟମରେ ଓଡିଶାର ଜନସାଧାରଣଙ୍କ ସୁରକ୍ଷାର ହିତ ଉଦ୍ଦେଶ୍ୟରେ ବର୍ତା ଦେଇଥିଲେ ।୩୧ତମ ଜାତୀୟ ସଡକସୁରକ୍ଷା ସପ୍ତାହ ପାଳନ ଅବସରରେ ଆଂଚଳିକ ପରିବହନ କାର୍ଯ୍ୟାଳୟ ଭୁବନେଶ୍ୱର-୨ର ଏକ ଅଭିନବ ପ୍ରୟାସ ଚାଲିଛି ।

ଗାଡି ଚଳାଇବା ବେଳେ ମୋବାଇଲରେ ଗପିବା ସହ ମଦ୍ୟପାନ କରି ଗାଡି ଚଳାଇଲେ ଜୀବନ ଯିବାର ସମ୍ଭାବନା ଥିବାର ଗୀତ ମାଧ୍ୟମରେ ବୁଝାଇଥିଲେ । ମୋଭାଇ ଭଉଣୀ ଶୁଣ ସଡକ ସୁରକ୍ଷା ଜୀବନ ରକ୍ଷା ଗୀତର ତାଳେତାଳେ ନୃତ୍ୟ ପରିବେଷଣ କରି ଦେଖଣାହାରୀମାନଙ୍କୁ କଳାକାରମାନେ ସଚେତନ କରିଥିଲେ ।ତେବେ ଜମରୁପରେ ଥିବା କଳାକାରଙ୍କ ସହ ଫଟୋ ଓ ସେଲଫି ନେବାକୁ ଯୁବକମାନଙ୍କର ଭୀଡ ଲାଗିରହିଥିଲା

Leave A Reply

Your email address will not be published.