ଲାଞ୍ଚ ନେଇ ଭିଜିଲ୍ଲାନ୍ସ ହାତରେ ଧରାପଡିଲେ ସିଡିପିଓ

0 60

ବାସୁଦେବପୁର,୧୭/୭(ଏସ ଏସ୍‌ ନିୟୁଜ )ବାସୁଦେବପୁର ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ଅଧିକାରୀ (ସିଡିପିଓ)ଜାନକୀ ଦାସ ଆଜି ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ କାବୁ କରିଛି । ଏହି କାର୍ଯ୍ୟାଳୟରେ ଠିକା ଡ୍ରାଇଭର ଭାବେ କାମ କରୁଥିବା ରାଜ କିଶୋର ନାୟକଙ୍କ ବକେୟା ଦରମା କରାଇ ଦେବାପାଇଁ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ଡ୍ରାଇଭର ଏହି କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଠିକା କର୍ମଚାରୀ ଭାବେ କାମ କରୁଥିଲେ । କାର୍ଯ୍ୟାଳୟ ହାତ ପାଣ୍ଠିରୁ ଦରମା ପାଉଥିଲେ। ହେଲେ କିଛି ମାସ ଧରି ହାତ ପାଣ୍ଠି ମିଳିନଥିବାରୁ ଡ୍ରାଇଭରକୁ ଦରମା ମିଳିନଥିଲା। ପାଖାପାଖି ୪୦ ହଜାର ଟଙ୍କା ବକେୟା ପାଇବାକୁ ରହିଥିଲା। ନିକଟରେ ହାତ ପାଣ୍ଠି ଆସିବ ପରେ ଦରମା କରାଇ ଦେବାକୁ ଡ୍ରାଇଭର ସିଡିପିଓଙ୍କୁ କହିଥିଲେ। ହେଲେ ଏହି ବକେୟା ଦରମା କରାଇ ଦେବାପାଇଁ ଡ୍ରାଇଭରକୁ ୩ହଜାର ଟଙ୍କା ଦେବାପାଇଁ ସିଡିପିଓ ଜାନକୀ ଦାସ କହିଥିଲେ । ନିରୁପାୟ ହୋଇ ଡ୍ରାଇଭର ଭିଜିଲାନ୍ସ ବିଭାଗର ଦ୍ଵାରସ୍ତ ହୋଇଥିଲେ। ପୂର୍ବ ଯୋଜନା ଅନୁଯାଇ ଶୁକ୍ରବାର ଡ୍ରାଇଭର ୩ହଜାର ଟଙ୍କା ସିଡିପିଓଙ୍କୁ ଦେଉଥିବା ବେଳେ, ଭିଜିଲାନ୍ସ କାବୁ କରିନେଇଥିଲେ । ଭିଜିଲାନ୍ସ ଟିମ ସିଡିପିଓ ଙ୍କୁ ଗିରଫ କରିବା ସହ ତାଙ୍କର ନିଜସ୍ଵ କାରକୁ ନେଇଯାଇଛି। ତା’ସହିତ କାର୍ଯ୍ୟାଳୟର କିରାଣୀକୁ ସାଥିରେ ନେଇଯାଇଛନ୍ତି।

Leave A Reply

Your email address will not be published.