ଲିଭୁନି ନିଆଁ…

ଭୁବନେଶ୍ୱର,୨୪।୨(ଏସଏସନିଉଜ)ଭୁବନେଶ୍ୱର ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟର ତୃତୀୟ ମହଲାରେ ଗତକାଲି ରାତି ପ୍ରାୟ ସାଢେ ୧୦ଟାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏବେବି ହୁତୁ ହୁତୁ ହୋଇ ଜଳୁଥିବା ନିଆଁକୁ ଲିଭାଇବା ପ୍ରୟାସ ଆରମ୍ଭ କରିଛି ଅଗ୍ନିଶମବାହିନୀ। ତଥାପି ନିଆଁକୁ ଆୟତ୍ତ କରାଯାଇ ପାରିନି।ଅଗ୍ନିଶମବାହିନୀବିଲଡିଂର କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । କାଲିଠୁ ନିଆଁ ଲିଭାଇବାକୁ ୪୦ରୁ ଊର୍ଦ୍ଧ୍ବ ଦମକଳ ଗାଡ଼ି ନିୟୋଜିତ ହୋଇଛି।ତେବେ ଘର ଭିତରେଥିବା ପ୍ଲାଷ୍ଟିକପାଇଁ ନିଆଁର ପରିଣାମ ବଢ଼ିବାରେ ଲାଗିଛି।ନିଆଁରେ ଜଳିପୋଡ଼ି ଲକ୍ଷଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ , ଷ୍ଟିଲ୍ ଆଦି ଘରୋଇ ଉପକରଣ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

- Advertisement -

Leave A Reply

Your email address will not be published.