ଲୁହାରଡ଼ ଚୋରି କରି ଧରାହେଲେ ୫ ଜଣ

0 543

ବାରଙ୍ଗ,୨୪/୨(ଏସଏସନିୟୁଜ)ଲୁହାରଡ଼ ଚୋରି ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ।ଚୋରି ହୋଇଥିବା ଲୁହାରଡ଼ ର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ପୋଲିସ ସୂଚନା ଦେଇଛି।ଏଥିସହ ଚୋରିରେ ବ୍ୟବହୃତ ହୋଇଥିବା ଏକ ଟାଟା ଏସି ଗାଡ଼ିକୁ ମଧ୍ୟ ପୋଲିସ ଜବତ କରିଛି।ସୂଚନାନୁସାରେ ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗ୍ରାମରେ ବାରଙ୍ଗ ସୀତାରାମ ବଜାର ଅଞ୍ଚଳର ସରୋଜ କୁମାର ନାୟକ ଏକ ଘର ନିର୍ମାଣ କରୁଥିଲେ।ନିର୍ମାଣ ପାଇଁ ବାଡ଼ିରେ ରଖାଯାଇଥିବା ପ୍ରାୟ ୪ କ୍ଵିଣ୍ଟାଲ ଲୁହାରଡକୁ ସେହି ଗ୍ରାମର ଦୀପକ ରାଉତ ଏବଂ ଝିଙ୍କରଡିହ ଗ୍ରାମର ଜଗତ,ଜୀବନ,ମିଲୁ ଓ ପ୍ରଭାତ ଚୋରି କରିଥିବା ନେଇ ଶ୍ରୀଯୁକ୍ତ ନାୟକ୍ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ।ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ଉକ୍ତ ଚାରି ଜଣଙ୍କ ସମେତ ଗାଡ଼ି ମାଲିକ ଦିପକଙ୍କୁ ଗିରଫ କରିବା ସହ ଚୋରିରେ ବ୍ୟବହୃତ ହୋଇଥିବା ଟାଟା ଏସି ଗାଡ଼ି (ଓ ଆର ୦୨ ବି କେ ୦୮୮୨) କୁ ମଧ୍ୟ ଜବତ କରିଛି।ଦୁର୍ବୃତ୍ତ ମାନେ ରଡ୍ ଚୋରି କରି କୌଣସି ଏକ ଗାଡ଼ି ବାଲାକୁ ବିକ୍ରି କରିଦେଇଥିବା ବେଳେ ପୋଲିସ ସେମାନଙ୍କ ଠାରୁ ୫ ହଜାର ଟଙ୍କା ଜବତ କରିଥିବା ବେଳେ ଚୋରି ସାମଗ୍ରୀକୁ ପାଇପାରି ନାହି।ଏନେଇ ନନ୍ଦନକାନନ ଥାନାରେ କେସ ନଂ ୨୬/୨୧ ରେ ମାମଲା ରୁଜୁ ହୋଇ ଥିବା ନେଇ ଥାନା ଅଧିକାରୀ ବିଶ୍ବରଞ୍ଜନ ସେନାପତି ସୂଚନା ଦେଇଛନ୍ତି। ପ୍ରକାଶ ଯେ ଦୈତ ନଗରୀ ମଧ୍ୟରେ ଦୂରତ୍ବ ହ୍ରାସ ପାଇଁ ପ୍ରତାପନଗରୀ-ଝିଙ୍କରଡିହ ନିକଟସ୍ଥ କୁଆଖାଇ ନଦୀ ଉପରେ ଏକ ନୂତନ ଦୀର୍ଘତମ ପୋଲ ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।ତେବେ ଏହି ପୋଲକୁ ସଂଯୋଗ କରୁଥିବା ରାସ୍ତାଟି ନିକାଞ୍ଚନ ଓ ନିଛାଟିଆ ହୋଇଥିବାରୁ ଏଠାରେ ପ୍ରତିଦିନ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଛି।ଏହାସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଘଟୁଥିବା ବେଳେ ଚୋରି ଡକାୟତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।ତୁରନ୍ତ ଉକ୍ତ ଅଂଚଳରେ ପେଟ୍ରୋଲିଂ କଡାକଡି କରାଯିବା ସହ ଆଲୋକୀକରଣ ପାଇଁ ସାଧାରଣରେ ଦାବି ହୋଇଛି।(ବାରଙ୍ଗରୁ ଗୌତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.