ଲୋକଙ୍କ ପାଖରେ ପହଁଚିଲେ ଉତର ବିଧାୟକ

ଭୁବନେଶ୍ୱର,୨/୧୦(ଏସଏସନିୟୁଜ)ବିଏମସିର ୪ନଂୱାର୍ଡ ଅର୍ନ୍ତଗତ ଜୟପୁର ଭୋଇସାହିରେ ନିଆଁଲାଗି ୬ବଖରା ଘର ପୋଡିଯାଇଛି ।ନିଆଁଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ୬ଟି ପରିବାର ସର୍ବସ୍ୱାନ୍ତ ହୋଇପଡିଛନ୍ତି ।ନିଆଁଲାଗି ଘର ସମ୍ପୁର୍ଣ ପୋଡିଯିବା ସହ ଘରମଧ୍ୟରେ ଥିବା ଆସବାସପତ୍ର ଓ ଧାନଚାଉଳ ସବୁ ପୋଡି ନଷ୍ଟ ହୋଇଯାଇଛି ।ଖବରପାଇ ଦମକଳବାହିନୀ ପହଁଚି ନିଆଁକୁ ଆୟତ କରିଥିଲେ ।ତେବେ ଏହି ଖବର ଜାଣିବାପରେ ଭୁବନେଶ୍ୱରଉତର ବିଧାୟକ ସୁଶାନ୍ତରାଉତ ଘଟଣାସ୍ଥଳରେଶିଘ୍ର ପହଁଚି କ୍ଷତିଗ୍ରସ୍ଥ ପରିବାରଙ୍କୁ ସମବେଦନା ଜଣାଇବାସହ ପ୍ରଶାସନିକ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ଡାକି ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ବିଧାୟକଙ୍କର ଏହିଭଳି ସାହାର୍ଯ୍ୟକାରୀ ତଥା ପରୋପକାରିଗୁଣକୁ ଗ୍ରାମବାସୀମାନେ ଭୁୟସି ପ୍ରଶଂସା କରିଛନ୍ତି ।

- Advertisement -

Leave A Reply

Your email address will not be published.