ଭୁବନେଶ୍ବର,୨୬/୮(ଏସଏସନିଉଜ) ଆଜି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଲଦାଖରେ ପାଞ୍ଚଟି ନୂଆଜିଲ୍ଲା ପ୍ରତିଷ୍ଠା କରିବାନେଇ ଘୋଷଣା କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଉଛି ଜନସ୍କର,ଡ୍ରାସ, ଶାମ, ନୁବ୍ରା, ଏବଂ ଚଙ୍ଗଥାଙ୍ଗ।ନୂଆଜିଲ୍ଲା ଗଠନ ହେବା ପରେ ଦୁର୍ଗମ ଅଞ୍ଚଳବାସୀଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚିବାରେ ଉନ୍ନତି ଆସିବାନେଇ ଆଶା କରାଯାଉଛି।ଲଦାଖ ପ୍ରଶାସନର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଲେହ ଏବଂ କାର୍ଗିଲ୍ ନମରେ ଦୁଇଟି ଜିଲ୍ଲା ଥିଲା। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଏଠାରେ ଆଉ ପାଞ୍ଚଜିଲ୍ଲା ଗଠନହେବାକୁ ଯାଉଛି। ଏପରି ହେଲେ ଲଦାଖରେ ସାତଟି ଜିଲ୍ଲା ରହିବ।
