ଆସାମ ଗଲେ ୪ ଏନଡିଆରଏଫ ଟିମ

0 165

ବାରଙ୍ଗ,୨୧/୬(ଏସ ଏସ ନିଉଜ) ଆସାମରେ ଜଟିଳ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ବାରଙ୍ଗ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ ୩ୟ ବାହିନୀର ୪ଟି ଟିମ ମଙ୍ଗଳବାର ସକାଳେ ଆସାମ ଗସ୍ତରେ ବାହାରିଛନ୍ତି।କମାଣ୍ଡର ଅରୁଣ ଦେଓଗାମଙ୍କ ନେତୃତ୍ବରେ ଏହି ୪ଟି ଟିମ ଭୁବନେଶ୍ୱର ବିମାନବନ୍ଦରରୁ ସ୍ଵତନ୍ତ୍ର ବିମାନ ଯୋଗେ ବାହାରି ଆସାମର ସିଲଚର ବିମାନ ବନ୍ଦରରେ ଯାଇ ପହଞ୍ଚିବେ।ସେଠାରୁ ସେମାନେ ବନ୍ୟାପ୍ରପିଡ଼ିତ ଲୋକଙ୍କୁ ଉଦ୍ଧର କରିବା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ଜଣାପଡିଛି ।(ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.