ବାରଙ୍ଗରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0 258

ବାରଙ୍ଗ,୨୧/୬(ଏସ ଏସ ନିଉଜ)ମଙ୍ଗଳବାର ଅଷ୍ଟମ ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ବାରଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହା ପାଳିତ ହୋଇଯାଇଛି।ମୁଣ୍ଡଳୀ ସ୍ଥିତ ଏନଡିଆରଏଫ ୩ୟ ବାହିନୀ ପରିସରରେ ସିନିୟର କମାଣ୍ଡାଣ୍ଟ ଜାକବ କିସପୋଟାଙ୍କ ନେତୃତ୍ବରେ ସମସ୍ତ ଯବାନ ମାନଙ୍କ ଉପସ୍ଥିତିରେ ଯୋଗ ଦିବସ ପାଳିତ ହୋଇଯାଇଛି।ସେହିପରି ମୁଣ୍ଡଳୀ ସ୍ଥିତ ସିଆଇଏସଏଫ କେଆରଟିସିରେ ମଧ୍ୟ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଡିଆଇଜି ମାମୁନ ଉର ରସିଦ ଓ କମାଣ୍ଡାଣ୍ଟ ଶଙ୍କରରାଓ ବିରେଡି ପ୍ରମୁଖ ଯୋଗ ଦେଇଥିଲେ।ଏଥିସହ ଅଞ୍ଚଳର ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଯାଇଛି।(ଗୌତମ ରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.