ଶୋଇଥିବା ଯୁବତୀକୁ ବଳକ୍ତାର କରି ବନ୍ଧା ହେଲେ ଯୁବକ

0 195

ବାରଙ୍ଗ,୨୧/୬ (ଏସ ଏସ ନିଉଜ) ଗାଁରେ ହେଉଥିବା ରଜ ନାଚ ଦେଖି ଘରେ ଶୋଇଥିବା ଜଣେ ଯୁବତୀ କୁ ବଳକ୍ତାର କରିଥିବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛି ।ଗିରଫ ଯୁବକ ହେଉଛନ୍ତି ଖାଇରାପଡା ଗାଁର ଦିପୁ ରାଉତ(୩୨) ।
ପ୍ରକାଶ ଯେ , ଉକ୍ତ ଥାନା ଅନ୍ତର୍ଗତ ଖଇରାପଡା ଗ୍ରାମର ବବିତା (ଛଦ୍ନନାମ)ନାମକ ଯୁବତୀ ଘରେ ଗାଁରେ ୧୫ତାରିଖ ରାତିରେ ହେଉଥିବା ରଜ ନାଚ ଦେଖି ୧୬ତାରିଖ ସକାଳେ ଶୋଇଥିଲେ।ଯୁବତୀ ଜଣଙ୍କ ଘରେ ଏକୁଟିଆ ଥିବାର ଦେଖି ଦିପୁ ଘର ଭିତରକୁ ପଶି ବଳାକ୍ରାର କରିବାର ଉଦ୍ୟମ କରିଥିଲେ ।ଯୁବତୀ ଜଣଙ୍କ ଚିକ୍ତ ର କରିବାରୁ ଦିପୁ ଦୌଡ଼ି ଘରୁ ପଳାଇ ଯାଇଥିବାନେଇ ସେହିଦିନ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଭିତ୍ତି କରି ଏନେଇ ନନ୍ଦନକାନନ ଥାନା ଥାନା ପୋଲିସ ୮୩/୨୨କେସ୍ ରୁଜୁ କରି ଯୁବତୀଙ୍କୁ ଡାକ୍ତରୀ ମାଇନା କରି ବୟାନ ରେକର୍ଡ କରିଥିଲେ ।ଏହି ଘଟଣା ପରେ ଦିପୁ ଫେରାର ହୋଇଯାଇଥିଲା ।ସୋମବାର ରାତିରେ ବଳିପଡା ଗାଁ ମୁଣ୍ଡରେ ଛିଡାହୋଇଥିବାର ଖବର ପାଇ ଥାନା ଅଧିକାରୀ ବିଶ୍ୱରଂଜନ ସେନାପତି ସଦଲବଳେ ଦିପୁକୁ ଗିରଫ କରି ମଙ୍ଗଳବାର କୋର୍ଟଚାଳଣ କରିଛନ୍ତି । (ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.