ମା ହେବ ରାକ୍ଷୀ

0 377

ବାରଙ୍ଗ,୧୦/୬(ଏସଏସନିୟୁଜ) ମା ହେବ ରାକ୍ଷୀ ।ରାକ୍ଷୀ ହେଉଛି ନନ୍ଦନକାନନର ସିମ୍ପାଜି ପରିବାରର ଅନ୍ୟତମ ଆକର୍ଷକ ସିମ୍ପାଜି । କରୋନା ସମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସିମ୍ପାଜି ସଂଖ୍ୟା ବଢିବ । ସିମ୍ପାଜି ରାକ୍ଷୀ ଏବେ ଗର୍ଭବତି । ଜନ୍ମ ଦେବାକୁ ଯାଉଛି ତାର ପ୍ରଥମ ଗର୍ଭସ୍ଥ ଶାବକ, ଏନେଇ ପ୍ରାଣୀଉଦ୍ୟାନ କର୍ତ୍ତୁପକ୍ଷ ସଜାଗ ହୋଇପଡିଥିବାବେଳେ ନୂଆ ସଦସ୍ୟ ଆଗମନକୁ ସମସ୍ତେ ଅପେକ୍ଷା କରିରହିଛନ୍ତି। ପ୍ରସବ ସମୟ ଆଉ କିଛିଦିନ ଥିବାରୁ ଏବେଠାରୁ ନନ୍ଦନକାନନ ଜନ୍ତୁ ବିଭାଗ ପକ୍ଷରୁ ରାକ୍ଷୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି । ବନ୍ୟପ୍ରାଣୀ ଚିକିତ୍ସକ ଆସନ୍ତା ଡିସେମ୍ବର ଓ ୨୦୨୨ ନୂଆ ବର୍ଷକୁ ଜନ୍ମ ତାରିଖ ଧାର୍ଯ୍ୟ କରିଛନ୍ତି। ସୁରକ୍ଷିତ ଭାବେ ରାକ୍ଷୀ ଯେପରି ଛୁଆ ଜନ୍ମ କରିବ ସେ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।ଚିକିତ୍ସକ ମାନେ ରାକ୍ଷୀର ରକ୍ତ ପରୀକ୍ଷା ପରେ ଗତ ମେ’ ମାସ ଦ୍ବିତୀୟ ସପାହରୁ ସେ ଗର୍ଭଧାରଣ କରିଥିବା ଜାଣିବାକୁ ପାଇଥିଲେ।ଏବେ ୬୦ ନମ୍ବର (କ) ଖୁଆଡରେ ଜୁଲୁ ଓ ରାକ୍ଷୀକୁ ଏକାଠି ରଖାଯାଇଛି।ରାକ୍ଷୀକୁ ଏବେଠାରୁ ସାଧାରଣ ଖାଦ୍ୟ ସହିତ ଭିଟାମିନ୍, କ୍ୟାଲସିୟମ ଓ ଆଇରନ୍ ମିଶା ପାଉଡର ଖାଇବାକୁ ଦିଆଯାଉଛି।ସେ ଠିକରେ ଦୈନିକ ଖାଦ୍ୟ ଖାଉଛି ନା ନାହିଁ ସେ ବିଷୟରେ ସ୍ଥିତି ଅନୁଧ୍ୟାନ କରାଯାଉଛି ବୋଲି ନନ୍ଦନକାନନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।ସୂଚନା ଥାଉକି, ୧୯୯୪ ମେ’ ୧୬ରେ ପ୍ରାଣୀଉଦ୍ୟାନରୁ ଜନ୍ତୁ ବଦଳରେ ସିଙ୍ଗାପୁର ଚିଡିଆଖାନାରୁ ୪ ବର୍ଷର ଅଣ୍ଡିରା ସିମ୍ପାଜି ଜୁଲୁ ଓ ୩ବର୍ଷର ମାଈ ସିମ୍ପାଜି ପାମ୍ପେଟାକୁ ପ୍ରଥମ କରି ନନ୍ଦନକାନନ ଅଣାଯାଇଥିଲା।ଏମାନଙ୍କ ମିଳନରୁ ୨୦୦୧ ଜୁନ ୯ରେ ଦ୍ବିତୀୟ ଗର୍ଭରୁ ପୂର୍ଣ୍ଣିମା ଜନ୍ମ ଗ୍ରହଣ କରିଥିଲା।୨୦୧୧ ଅଗଷ୍ଟ ୧୨ ଗହ୍ମା ପୂର୍ଣ୍ଣିମାରେ ଜୁଲୁ ଓ ପୂର୍ଣ୍ଣିମା ଔରଷରୁ ରାକ୍ଷୀ ଜନ୍ମ ହୋଇଥିଲା।ଏବେ ନନ୍ଦନକାନନରେ ୭ଟି ସିମ୍ପାଜି ଅଛନ୍ତି, ସେମାନଙ୍କ ମଧ୍ୟରେ ୨ଅଣ୍ଡିରା ୫ମାଈ। ରାକ୍ଷୀ ମା’ ହେବାକୁ ଯାଉଥିବା ଖବର କର୍ମଚାରୀ ଓ ଅଫିସରଙ୍କ ମଧ୍ୟରେ ଖୁସି ଭରିଦେଇଛି। (ରିପୋର୍ଟ ଗୈାତମରାଉତ)

Leave A Reply

Your email address will not be published.