ଗଞ୍ଜାମ,୫ା୫(ଏସଏସନିଉଜ) କୁଲାଡ଼ ମାବ୍ୟାଘ୍ରଦେବୀ ମନ୍ଦିରରଗର୍ଭଗୃହର ତାଲା ଭଙ୍ଗାଯାଇ ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ଘଟଣା ଊପରୁ ପର୍ଦା ଉଠାଇଛି ଭଞ୍ଜନଗରଥାନା ପୁଲିସ ।ଗତ ୨୫ ଓ ୨୬ ତାରିଖ ରାତିରେ କୁଲାଡ଼ ମାବ୍ୟାଘ୍ରଦେବୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିଲା ।ପୋଲିସ ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କୁଲାଡ଼ ଅଞ୍ଚଳର ସନ୍ତୋଷ ନାଇକ,ରବୀନ୍ଦ୍ର ନାଇକ,ସୁଶାନ୍ତ ନାଇକ ଓ ଟୁକୁନା ସ୍ୱାଇଁ। ସେମାନଙ୍କଠାରୁ ଚୋରି ଅଳଙ୍କାର ଜବତ କରିଥିବାନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।
ଗତ ୨୬ ତାରିଖ ସକାଳେ ମନ୍ଦିର ଗର୍ଭଗୃହର ତାଲା ଭଙ୍ଗାଯାଇ ଠାକୁରଙ୍କ ବିଭିନ୍ନ ସୁନା ଓ ରୁପା ଅଳଙ୍କାର ଚୋରିହୋଇଥିବା ନେଇ ପୁଜାକରିବାକୁ ଆସିଥିବାବେଳେ ପୁଜକ ପ୍ରଦୋଷ ରଞ୍ଜନ ପାଢୀ ଦେଖିବାକୁ ପାଇଥିଲେ ।କିନ୍ତୁ ଚୋରୀର ସମସ୍ତ ବୃତାନ୍ତ ଲାଗିଥିବା ସିସିକ୍ୟାମେରାରେ କଏଦ ହୋଇଥିଲା ।ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯିବାପରେ ୪୫୨/୨୫ ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।