ମଦ ଦୋକାନ ଆଗରେ ଉଡିଲା ମଦ ବୋତଲ

ଗୋଷ୍ଟିସଂଘର୍ଷରେ ୨ ଆହତ

କଟକ, ୧୯।୧(ଏସଏସନିଉଜ)ସୋମବାର ରାତିରେ ଗୋଡିସାହି ଫାଣ୍ଡି ଅଧୀନସ୍ଥ ପୁରୀ ମେନକେନାଲ କୂଳରେ ଥିବା ଏକ ମଦ ଦୋକାନରେ ମଦ ପିଇବାକୁ ନେଇ ଗୋଷ୍ଟିସଂଘର୍ଷ ଘଟିଛି।ଏଥିରେ ୨ଜଣ ଆହତ ହୋଇଛନ୍ତି।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସମସ୍ତେ ଛତ୍ରଭଙ୍ଗ ଦେଇଛନ୍ତି।
ପ୍ରକାଶ ଯେ,ସୋମବାର ରାତିରେ ସିଡିଏ ବିଡାନାସୀ ଅଂଚଳର କିଛି ଯୁବକ ଷଣ୍ଢପୁର ନିକଟସ୍ଥ ଏକ ମଦଦୋକାନ ଆଗରେ ମଦକିଣି ସେଠାରେ ପିଉଥିଲେ। ଏହି ସମୟରେ ସ୍ଥାନୀୟଗ୍ରାମର କିଛି ଯୁବକ ପହଂଚି ମଦ କାଉଣ୍ଟରରୁ ମଦ ଆଣି ଆସିବା ବେଳେ କୌଣସି କାରଣରୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଏହି ଖବର ପାଇ ସ୍ଥାନୀୟ ଗ୍ରାମର କିଛିଯୁବକ ପହଞ୍ଚିବାରୁ ଗୋଷ୍ଟି ସଂଘର୍ଷର ରୂପ ନେଇଥିଲା। କିଛି ସମୟ ପାଇ ମଦଦୋକାନ ଆଗରେ ମଦ ବୋତଲ ଉଡ଼ିଥିଲା।ଏଥିରେ ଦୁଇଜଣ ଯୁବକ ଆହତ ହୋଇଥିବାର ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଉଭୟ ଗୋଷ୍ଟି ଫେରାର ହୋଇଯାଇଛନ୍ତି। ପୁଲିସ ସିସି କ୍ୟାମେରା ଆଧାରରେ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।

- Advertisement -

Leave A Reply

Your email address will not be published.