ମଦ ପିଇ ଯୁବକଙ୍କୁ ପିଟିଲେ, ଭିଡିଓ ସେୟାର କଲେ

ଖବର ଆଜିର,ତାରିଖ ୧୨-୧୧-୨୦୨୧/ଶୁକ୍ରବାର

0 290

୧-ପାକିସ୍ତାନର ଲଗାତାର ବିଜୟ ଉପ​ରେ ଲାଗିଲା ବ୍ରେକ୍‌, ବିଜୟ ସହ ଫାଇନାଲରେ ଅଷ୍ଟ୍ରେଲିଆ ।
୨-ଆଜି ୬ ଘଂଟିଆ ଓଡ଼ିଶା ବନ୍ଦ ପାଇଁ କଂଗ୍ରେସର ଡାକରା: ଜାରି ରହିବ ଅତ୍ୟାବଶ୍ୟକ ସେବା .
୩-ଟ୍ବିନ୍‌ ସିଟି ପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରେ ସକ୍ରିୟ ହେଲା ଯୁବ ଗ୍ୟାଙ୍ଗ, ମଦ ପିଇ ଯୁବକଙ୍କୁ ପିଟିଲେ, ଭିଡିଓ ସେୟାର କଲେ ।
୪- “ଦେଶରେ ଟିକାର କୌଣସି ଅଭାବ ନାହିଁ, ରାଜ୍ୟମାନଙ୍କୁ ଆବଶ୍ୟକମତେ ଟିକା ଯୋଗାଇ ଦିଆଯିବ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।
୫-ନାଗାବଳୀ ଉପରେ ବି ଆନ୍ଧ୍ରର ଆଖି: ତଳମୁଣ୍ଡରେ ୩ଶହ କୋଟି ଟଙ୍କା ବ୍ୟୟରେ ଡ୍ୟାମ ନିର୍ମାଣ ପାଇଁ ଯୋଜନା, ପ୍ରଭାବିତ ହେବ ଓଡ଼ିଶା ।
୬-କୋଟିପତି ବାବୁଙ୍କ ଓଲିଉଡ ଲିଙ୍କ୍: ଦୁଇଟି ଓଡିଆ ଫିଲ୍ମରେ ଲାଗିଥିଲା ପ୍ରତାପ ସାମଲଙ୍କ ଟଙ୍କା .
୭-ପିଲାମାନଙ୍କ ଭିତରେ ଆତ୍ମବିଶ୍ବାସ ଭରି ଦେବା ଏବଂ ଶ୍ରେଷ୍ଠତ୍ବ ହାସଲ ପାଇଁ ସୁଯୋଗ ସୃଷ୍ଟି କରିବା ରୂପାନ୍ତରର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ ।

୮-ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଦେଶର ତୃତୀୟ ଶ୍ରେଷ୍ଠ ଥାନା ଭାବେ ମନୋନୀତ ହୋଇଛି।
୯-ସମ୍ବଲପୁର ବିଶ୍ୱବିଦ୍ୟାଳୟର ନମୁନା ସର୍ଭେ ରିପୋର୍ଟ: ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଶୋଚନୀୟ .।
୧୦-ଆଜି ଅଁଳା ନବମୀ: ରାଧା ପାଦ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ ।
୧୧-କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଉପରେ ହାଇକୋର୍ଟଙ୍କ ଅଙ୍କୁଶ : ଜୋରଜବରଦସ୍ତ କରିପାରିବନି ‘ବନ୍ଦ’ ।
୧୨-କୋଟିଆରେ ଆନ୍ଧ୍ରର ନୂଆ ଚାଲ, କୋଟିଆବାସୀଙ୍କଠାରୁ ଲେଖାଇ ନେଇଛି ସମର୍ଥନ ପତ୍ର ।
୧୩-ପୁଣି ନିଜ ବୟାନକୁ ନେଇ ଅଡ଼ୁଆରେ କଙ୍ଗନା; ଟ୍ରୋଲ କଲେ ସ୍ୱରା ଓ ବରୁଣ
୧୪-ଜୁନିୟର୍‍ ବିଶ୍ୱକପ୍‍ ହକି ପାଇଁ ୧୮ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ଏଥିରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ – ଅଭିଷେକ ଲାକ୍ରା, ସୁନିଲ୍‍ ଜୋଜୋ ଓ ସୁଦିପ୍‍ ଚିର୍‍ମାକୋ । ଶୁଭ ସକାଳ,ସୁପ୍ରଭାତସୁପ୍ରଭାତ! ସନ୍ଦେହର କୌଣସି ଚିକିତ୍ସା ନାହିଁ…. ଚରିତ୍ରର କୌଣସି ପ୍ରମାଣ ନାହିଁ…. ମୌନ ରହିବା ଠାରୁ କୌଣସି ଭଲ ପ୍ରୟାସ ନାହିଁ…. ଆଉ… ଶବ୍ଦ ଠାରୁ କଡା ବାଣୀ କିଛି ନାହିଁ….ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ

 

Leave A Reply

Your email address will not be published.