ମ୍ୟାଡାମ୍ ଟିକେ ଫୋନ ଦେଖେଇବେ

0 183

ଚୌଦ୍ୱାର , ୪/୯(ଏସଏସନିଉଜ) ମ୍ୟାଡାମ୍ ଟିକେ ଫୋନ ଦେଖେଇବେ ।ଚୋରୀ କରିବାର ନୁଆତରିକା ଆପଣେଇଲେଣି ଚୋର । ଆଜି ସକାଳୁ ଚୌଦ୍ୱାର ବିରାଟ ବଜାରରେ ଥିବା ଶାନ୍ତିମୋବାଇଲ ଷ୍ଟୋରରେ ଦୁଇଜଣ ଯୁବକ ଆସି ପହଁଚିଥିଲେ ।ଦୋକାନର ମହିଳା ସେଲସମ୍ୟାନକୁ ଫୋନ ଦେଖାଇବାପାଇଁ କହିଥିଲେ ।ଏହାଥିଲା ଚୋରୀକରିବାର ସେମାନଙ୍କର ନୁଆତରିକା ।ମୋବାଇଲ ଫୋନ ଥୁଆହୋଇଥିବା ଥାକକୁ ଲକ୍ଷକରି ଏଇଟାନୁହେଁ ସେଇ ଫୋନ ଦିଅନ୍ତି ବୋଲି କହିଥିଲେ ।ସେଇ ଫୋନ ଯରିବାବେଳେ ଆର ଫୋନଟି ଦିଅନ୍ତୁ ।ଏପରି କରିଚାଲିଲେ ।ବାଧ୍ୟହୋଇ ମହିଳା ସେଲସମ୍ୟାନ ଜଣଙ୍କ ନିଜେ ଆସି ଦେଖାଇବାକୁ କହିବାରୁ ଯୁବକ ଜଣଙ୍କ ଫୋନ ଦେଖାଇବା ବାହାନାରେ ଦୁଇଟି ଫୋନ ଉଠାଇ ପାଖରେ ବସିଥିବା ଅନ୍ୟ ଜଣେ ସହେଯାଗୀକୁ ଧରାଇଦେଇଥିଲେ ।ଶେଷରେ ଆମେ ଖୋଜୁଥିବା ଫୋନ ତୁମପାଖରେ ନାହିଁ ବୋଲି କହି ପଳାଇଯାଇଥିଲେ ।ଏହି ସବୁ ଘଟଣା ଦୋକାନର ମହିଳା ସେଲସମ୍ୟାନ ସିନା ଜାଣିପାରିନଥିଲେ କିନ୍ତୁ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରେ ସାଇତି ହୋଇରହିଥିଲା ।

 

 

Leave A Reply

Your email address will not be published.