ମାଡିଆସୁଛି ବାତ୍ୟା ଡିଆଁମୁ

0 693

ଈୁବନେଶ୍ୱର,୨୫/୯(ଏସଏସନିୟୁଜ) ମାଡିଆସୁଛି ବାତ୍ୟା ଡିଆଁମୁ । ଦକ୍ଷିଣ ଓଡିଶା -ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି କୁହାଯାଉଛି ୨୬ ତାରିଖରେ ଏହା ସ୍ଥଳଭାଗ ଛୁଇଁବାସହ ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ମଧ୍ୟଭାଗରେ ଥିବା କଳିଙ୍ଗପାଟ୍ଟନମ ଦେଇ ଗତି କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ୱେଲମାର୍କରେ ପରିଣତ ହୋଇଛି । ୧୨ଘଣ୍ଟାରେ ନେବ ଅବପାତ ରୂପ ।ଏହାର ପ୍ରଭାବରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟ ବର୍ଷା ଆକଳନ କରାଯାଉଥିବା ବେଳେ ସ୍ଥାନେସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ଆଶଙ୍କା କରାଯାଇଛି। ୨୬ ତାରିଖରେ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବୋହିବ । ବର୍ତ୍ତମାନ ଏହା ଗୋପାଳପୁରଠାରୁ ୬୭୦ କିଲୋମିଟର ପୂର୍ବ-ଦକ୍ଷିଣରେ ଥିବାବେଳେ କଳିଙ୍ଗପାଟ୍ଟନମଠାରୁ ୭୪୦ କିଲୋମିଟର ଦୂରତାରେ ରହିଛି।

Leave A Reply

Your email address will not be published.