ବଡ଼ ମା’କୁ ପୁତୁରା କଲା ଦୁଷ୍କର୍ମ

0 343

ସମ୍ବଲପୁର,୨୫/୯(ଏସଏସନିୟୁଜ) ନିଜ ବଡ଼ ମା’କୁ ଅଚେତ କରାଇ ପୁତୁରା ଦୁଷ୍କର୍ମ କରିଥିବାର ଅଭିଯୋଗ ଧମା ଥାନାରେ ହୋଇଛି । ଶ୍ରୀକାନ୍ତ କୋକ ନାମକ ୩୦ବର୍ଷିୟ ଯୁବକ ଗତକାଲି ସନ୍ଧ୍ୟାରେ ୫୦ବର୍ଷିୟ ତାଙ୍କର ବଡମାକୁ ମଦପିଆଇଦେଇଥିଲେ ।ମଦପିଇସାରିବାର କିଛି ସମୟପରେ ସେ ଅଚେତ ହୋଇପଡିଥିଲେ ।ଫଲରେ ମହିଳାଜଣଙ୍କ ରାତିସାରା ଅଚେତ ରହିଥିଲେ ।ଏହି ସୁଯୋଗରେ ଶ୍ରୀକାନ୍ତ ମହିଳାଙ୍କୁ ବଳାତ୍କାର କରିଥିଲା । ସକାଳୁ ଚେତା ଫେରିବା ପରେ ରାତିରେ ଘଟିଥିବା ଘଟଣା ବିଷୟରେ ମହିଳା ଜଣକ ଜାଣିବାକୁ ପାଇବାସହ ନିଜ ସର୍ମ୍ପକୀୟମାନଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଥିଲେ ।ମହିଳାଙ୍କ ପୁଅବୋହୁ ଏବିଷୟରେ ଥାନାରେ ଅଭିଯୋଗ କରିବାପରେ ମହିଳାଙ୍କ ଡାକ୍ତରୀ ମାଇନା କରାଯିବା ସହ ଅଭିଯୁକ୍ତ ଶ୍ରୀକାନ୍ତ କୋକ ନାମକ ଜଣେ ଯୁବକକୁ ଅଟକ ରଖଛି ।

Leave A Reply

Your email address will not be published.