ମାଡ଼ିଗଲା ମାଲବାହୀ ଟ୍ରେନ୍

0 147

ଯାଜପୁର୨୧/୧୧(ଏସଏସନିଉଜ) କୋରେଇ ଷ୍ଟେସନରେ ମାଡ଼ିଗଲା ମାଲବାହୀ ଟ୍ରେନ୍। ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଯିବାରୁ ୩ଜଣ ମୃତ୍ୟୁବରଣ କରିଥିବାବେଳେ ଏକାଧିକ ଆହତ ହୋଇଥିବାର ଜଣାପଡିଛି। ୩ରୁ ୪ଟି ବଗି ଷ୍ଟେସନ ଭିତରକୁ ମାଡ଼ିଯାଇ ଓଲଟି ପଡ଼ିଥିବାର ଜଣାପଡିଛି ।ତେବେ ପୂର୍ବତଟ ରେଲେୱେ ପକ୍ଷରୁ ୨ଜଣଙ୍କ ମୃତ୍ୟୁ ଘଟିଛି ବୋଲି କୁହାଯାଇଛି ।ଭଦ୍ରକ-କପିଳାସ ରୋଡ୍‌ରେ କୋରେଇ ଷ୍ଟେସନରେ ଲାଇନଚ୍ୟୁତ.ହୋଇଥିବାବେଳେ ସକାଳ ୬ଟା ୪୪ରେ ଷ୍ଟେସନ ଭିତରେ ଲାଇନଚ୍ୟୁତ ଘଟିଛି ।ମାଲବାହୀ ଲାଇନଚ୍ୟୁତ ଯୋଗୁଁ ଉଭୟ ଲାଇନ ବ୍ଲକ ହୋଇଯାଇଛି ।ଲାଇନଚ୍ୟୁତ ଯୋଗୁଁ ଷ୍ଟେସନ ବିଲ୍ଡିଂ ଭାଙ୍ଗିରୁଜି ଯାଇଛି ।ରିଲିଫଟ୍ରେନକୁ ଦୁର୍ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଦୁର୍ଘଟଣାସ୍ଥଳ ଅଭିମୁଖେ ଖୋର୍ଦ୍ଧା ରୋଡ୍ ଊଜଗ ଯାଇଛନ୍ତି ବୋଲି ପୂର୍ବତଟ ରେଲେୱେ ପକ୍ଷରୁ କୁହାଯାଇଛି । କୋରେଇରେ ଦୁର୍ଘଟଣା ପରେ ୮ଟି ଟ୍ରେନ୍ ବାତିଲ କରାଯାଇଛି ।ସେଗୁଡିକହେଲାଶାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ , କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ , ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ପାସେଞ୍ଜର , ଭୁବନେଶ୍ବର-ବାଲେଶ୍ବର ପାସେଞ୍ଜର ସ୍ପେଶାଲ , ଏକ୍ସପ୍ରେସ, ପୁରୀ- ଶାଲିମାର ଏକ୍ସପ୍ରେସ ଆଦି ୮ ଟ୍ରେନ ବାତିଲ ସହ ୧୨ଟିର ମାର୍ଗ ପରିବର୍ତ୍ତନ କରାଯାଇଛି ।ରେଷ୍ଟୋରେସନ ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗିବ ।ସମ୍ବଲପୁର ରୁଟ୍ ଦେଇ ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଉଛି ପୂର୍ବତଟ ରେଲେୱେ ପକ୍ଷରୁ ସୁଚନା ଦିଆଯାଇଛି ।ରେଲୱେ ପକ୍ଷରୁ ୫ ଲକ୍ଷ ଅନୁକମ୍ପା.
ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ୫ ଲକ୍ଷର ଅନୁକମ୍ପା ରାଶି। ଅନୁକମ୍ପା ରାଶି ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗୁରୁତର ଆହତଙ୍କୁ ୧ ଲକ୍ଷ , ସାମାନ୍ୟ ଆହତଙ୍କୁ ୨୫ ହଜାର ମିଳିବ।

 

Leave A Reply

Your email address will not be published.