ଆଜିର ରାଶିଫଳ

0 202

୨୦୨୨ମସିହା ନଭେମ୍ବରମାସ ୨୧ତାରିଖ(ସୋମବାର)ମାର୍ଗଶୀରମାସ-କୃଷ୍ଣପକ୍ଷ ,ତିଥି-ଦ୍ବାଦଶୀ.ସୁର୍ୟୋଦୟ ପ୍ରାତଃ ଘ୦୬/୦୧/୪୫ ,ସୂର୍ଯ୍ୟାସ୍ତସନ୍ଧ୍ୟା ଘ୦୫/୦୨/୧୯ ,ମିଥୁନରାଶିରଘାତବାର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଇ ଶାଗ ,ବାଇଗଣ ଭକ୍ଷଣ ନିଷେଧ ।
ମେଷ-ଚାକିରିକ୍ଷେତ୍ରରେ ଶୃଙ୍ଖଳାଦେଖାଦେବ। ସୁସମ୍ବାଦ ପାଇବେ। ଅଯଥାବିବାଦରୁ ଦୂରେଇରହନ୍ତୁ। ଜୀବନସାଥୀ ସହ ସମୟ ଅତିବାହିତକରିବାର ସୁଯୋଗ ପାଇବେ।
ବୃଷ-ଘରେ ଖୁସିରପରିବେଶ ରହିବ। ଔଷଧବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌ବେ। ଚାକିରିଆଙ୍କଲାଗି ଦିନଟି ଭଲରହିବ। ସ୍କୁଲ୍ ଜୀବନରସାଙ୍ଗ ସହିତ ବାର୍ତ୍ତାଳାପହେବ।
ମିଥୁନ-କିଛି ବିଶେଷକାର୍ଯ୍ୟ   କରିବାଲାଗି ଦିନଟିଭଲ। ଆପଣଙ୍କୁ କୌଣସି ନୂଆଦାୟିତ୍ବ ମିଳିପାରେ। ସମାଜରେ ସୁନାମ ଆସିବ। ପାରିବାରିକଜୀବନ ଶାନ୍ତିମୟ ହେବ। ପ୍ରେମଜୀବନ ମଧୁରରହିବ।
କର୍କଟ-ଆପଣଙ୍କୁ ଯାହା ଆବଶ୍ୟକଥିଲା ତାହା ପାଖଲୋକଙ୍କମାଧ୍ୟମରେ ପାଇଯିବେ। ଉପରିସ୍ଥ କର୍ତ୍ତୃପକ୍ଷ ଆପଣଙ୍କଉପରେ ବହୁତ ଆଶାରଖିବେ। ଶାରୀରିକଦୃଷ୍ଟିରୁ ସୁସ୍ଥ ରହିବେ।
ସିଂହ-ସକାରାତ୍ମକଭାବନା ବଜାୟରଖନ୍ତୁ। ବିବାଦରୁ ଦୂରରେରହନ୍ତୁ। ପରିଶ୍ରମରଫଳ ନିଶ୍ଚୟ ପାଇବେ। ଘରୋଇ କଂପାନିରେ ଚାକିରି କରୁଥିବାଲୋକଙ୍କୁ ନୂଆପ୍ରୋଜେକ୍ଟ ମିଳିବ।
କନ୍ୟା-ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିବ। ଲୁଗାବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌ବେ। ଜୀବନସାଥୀ ସହିତ ଭଲସମ୍ବନ୍ଧ ରହିବ। ବିଜ୍ଞାନଛାତ୍ର କିଛି ନୂଆଶିକ୍ଷାଲାଭ କରିବେ।
ତୁଳା-ଯୋଜନା ତିଆରି ଏବଂ କାର୍ଯ୍ୟକାରୀ କରିବାପାଇଁ ଚେଷ୍ଟାକରିବେ। କମ୍ ପରିଶ୍ରମରେ ଉପରସ୍ତରକୁ ଉଠି ପାରିବେ। ଆର୍ଥିକସ୍ଥିତି ସୁଦୃଢ଼ରହିବ। ଯେଉଁମାନେ ପ୍ରେମକରୁଛନ୍ତି ତାଙ୍କଲାଗି ଦିନଟି ଭଲରହିବ।
ବିଛା-ଦୀର୍ଘଦିନର ସ୍ଥଗିତକାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କ ସଫଳତାମାର୍ଗରେ କାହାକୁ ଆସିବାକୁ ଦିଅନ୍ତୁନାହିଁ। ଆର୍ଥିକ ମାମଲାରେ ସଫଳ ହୋଇପାରନ୍ତି। ଘରକୁ ବନ୍ଧୁ ଆସିବେ।
ଧନୁ-ଆର୍ଥିକଲାଭର ସମ୍ଭାବନାରହିଛି। ପୂର୍ବଅପେକ୍ଷା ସ୍ବାସ୍ଥ୍ୟ ଭଲରହିବ। ଆପଣଙ୍କ ନେତୃତ୍ବ ନେବାର ଭୂମିକା ନିର୍ବାହ କରିପାରନ୍ତି। ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ।
ମକର-ଘରେ ବଡ଼ମାନଙ୍କଠାରୁ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜସାଥୀର ମନପସନ୍ଦଜିନିଷ ତିଆରିକରି ଖୁଆନ୍ତୁ।
କୁମ୍ଭ-ଓକିଲଙ୍କର ସମାଜରେ ଖ୍ୟାତିବଢ଼ିବ। କୌଣସିବନ୍ଧୁ ମାଧ୍ୟମରେ ଧନଲାଭହେବ। ଜମିରେ ପୁଞ୍ଜିନିବେଶ ଲାଗି ଦିନଟି ଭଲ। ଅଫିସ୍‌ରେ ଆପଣଙ୍କକାମ ଦେଖି ସମସ୍ତେ ଖୁସିହେବେ।
ମୀନ-ଅଧୁରାକାମ ସ˚ପୂର୍ଣ୍ଣ ହୋଇଯିବ। ସାଙ୍ଗମାନଙ୍କସହିତନୂଆକାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନାକରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ନିତୀବାଣୀ-କୌଣସିବ୍ୟକ୍ତି ଆମର ବନ୍ଧୁ କିମ୍ବା ଶତ୍ରୁହୋଇ ଦୁନିଆକୁ ଆସିନଥାନ୍ତି,ଆମର ବ୍ୟବହାର ଏବଂ କଥା କହିବା ଶବ୍ଦ ହିଁ ଲୋକଙ୍କୁ ବନ୍ଧୁ ଏବଂ ଶତ୍ରୁ କରାଇ ଥଏ ।
ବାସ୍ତୁଟିପ୍ପଣୀ-ଆପଣ କଣ ଶେଯରେ ବସି ଖାଉଛନ୍ତି କି ? ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଶେଯରେ ବସିଖାଇଲେ କିଭଳି ଦେଖାଯାଏ ସମସ୍ୟା…
ବାସ୍ତୁଶାସ୍ତ୍ରଅନୁସାରେ ଅନେକ ନିୟମମାନ କୁହାଯାଇଛି ଯାହାଦ୍ଵାରା ଆପଣମାନେ ଜାଣିଥିବେ କି ଆମ ଘରର କେଉଁଜିନିଷ କେଉଁଜାଗାରେ ରହିଥାଏ . ଏହାକୁ ଆମେ ଜାଣିଥାଉ । କିନ୍ତୁ ଦେଖିବାପାଇଁ ଯିବାତ ଏହାକୁ ଅନେକ ଲୋକ ମାନିନଥାନ୍ତି ,କିନ୍ତୁ ଏହାର ବୈଜ୍ଞାନିକକାରଣ ମଧ୍ୟ ଅଛିବୋଲି କୁହାଯାଏ । ଆଜିଆମେ ଏହିବିଷୟରେ ଚର୍ଚ୍ଚା କରିବା । ଆପଣମାନେ ଜାଣିଥିବେ କି ହିନ୍ଦୁଶାସ୍ତ୍ର ଅନୁସାରେ ଯଦିଆମେ ଦେଖିବାପାଇଁ ଯିବାତ ଆମେଜାଣି ପାରିବା କି ଆମେ ଯାହାଭି କରୁଛେ କିମ୍ବା ଆମର ଯେଉଁ ନିୟମମାନ ଲେଖାହୋଇଛି ।ହିନ୍ଦୁଶାସ୍ତ୍ର ଅନୁସାରେ ଏହା ସତ ହୋଇଥାଏ । ଏହାର କିଛି ଉଦାହରଣ ଭଳି ଆମେ କହିବାପାଇ ଯାଉଛୁ । ଯେଉଁ କଥାକୁ ଅନେକବର୍ଷ ପୂର୍ବେ ରୁଷିମୁନିମାନେ କହିଯାଇଛନ୍ତି ,ସେହିକଥା ଏବେ ଆମକୁ ବିଜ୍ଞାନକହୁଛି । ଆପଣମାନେ ଜାଣିଥିବେ କି ଆଗରୁ ଲୋକମାନେ ତଳେ ବସିକି ଖାଉଥିଲେ.କିନ୍ତୁ ଏବେସବୁ ଉପରେ ବସିକି ଖାଇବା କହୁଛନ୍ତି ।
କିଛି ଲୋକମାନେ ତଳେବସିକି ଖାଇବାଦ୍ଵାରା ଶରୀର ଓ ପୃଥିବୀର ଏକ ମିଳନ ହେଉଥିଲା ଯାହାଦ୍ଵାରା ଆମ ଶରୀରରେ ଶକ୍ତି ସଞ୍ଚରଣ ହେଉଥିଲା କିନ୍ତୁ ଏହାଏବେ ହୋଇପାରୁନି ,ସେହିପାଇଁ ବୋଧେ ଆଗଅପେକ୍ଷା ଏବେ କାର ଲୋକମାନେ ଅଧିକଦିନ ବଞ୍ଚି ପାରୁନାହାଁନ୍ତି । ସମୟଆସିବାପରେ ସେମାନଙ୍କୁ ରୋଗ ମାଡିବସୁଛି ।
ଯାହାଦ୍ଵାରା ସେମାନେ ଏହାକୁ ସହ୍ୟ ନକରିପାରି ଖୁବ କମସମୟରେ ଦୁନିଆରୁ ବିଦାୟ ନେଇଯାଉଛନ୍ତି । ଏହାକୁ ଆଧାରକରି କୁହାଯାଇଛିକି ଭୋଜନ ଗ୍ରହକୁ କେବେହେଲେ ଶୈାଚାଳୟ ପାଖରେ ରଖିବାକଥା ନୁହେଁ । ଏହାସହ ଏହାକୁ କେବେହେଲେ ଆମେ ଆମ ଘରପାଖରେ ରଖିବାକଥା ନୁହେଁ । ଏହାସହ ଭୋଜନ କରିବାବେଳେ ସବୁ ବେଳେ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ମୁହଁକରି ଭୋଜନ କରିବାଦ୍ଵାରା ସବୁବେଳେ ସମୟ ଖୁବ ଭଲ ରହିବ ।ସ୍ୱାସ୍ଥ୍ୟ ମଧ୍ୟ ଭଲରହିବ । ଆପଣମାନେ ଏହାମଧ୍ୟ ଜାଣିଥିବେକି ଏହି ନିୟମ ମାନିଲେ ଆପଣଙ୍କର ହିଁ ଶୁଭ ହୋଇଥାଏ ।
ଏହାସହ ଯେଉଁମାନଙ୍କ ମାତାପିତା ବଞ୍ଚିଛନ୍ତି ସେମାନେ କେବେହେଲେ ଦକ୍ଷିଣଦିଗକୁ ମୁହଁକରି ଖାଇବା କଥାନୁହେଁ ସେମାନେ ପଶ୍ଚିମଦିଗକୁ ମୁହଁକରି ଖାଇବାକଥା । ଭୋଜନକରିବା ଆଗରୁ ହାତମୁହଁ ଧୋଇକି ଆପଣ ଖାଆନ୍ତୁ । କିଛି ଲୋକମାନେ ନିଜବିଛଣାରେ ବସିକି ଖାଇଥାନ୍ତି , ତେଣୁ ଏହା କରିବାଦ୍ଵାରା ରାହୁ ଓ କେତୁମଧ୍ୟ ଖରାପ ପ୍ରଭାବ ପକାଇଥାନ୍ତି । ଏହାମଧ୍ୟ କୁହାଯାଇଛିକି ଖାଇବାରେ ଅଇଁଠାକୁ ଛାଡି ଆପଣ କେବେହେଲେ ଯାଅନ୍ତୁନି ଏହା ଖରାପ ପ୍ରଭାବ ଆଣିଥାଏ, ଆପଣ ଦରିଦ୍ରହେବାର ବାଟ ଖୋଲି ଯାଇଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉା
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.