ମାଘସପ୍ତମୀରେ ହେବ ଦୀପଦାନ ମହାମେଳା

0 549

ବାରଙ୍ଗ,୨୭/୧(ଏସଏସନିୟୁଜ) ରାଜଧାନୀ ଉପକଣ୍ଠ କଳାରାହଙ୍ଗରେ ରହିଛି ବିଶ୍ୱପ୍ରସିଦ୍ଧ ମହିମାଧର୍ମ ଗବେଷଣା କେନ୍ଦ୍ର । ବିଶ୍ୱପ୍ରସିଦ୍ଧ ମହିମାଧର୍ମ ଗବେଷଣା ପରିଷଦ ଚାରିଟେବୁଲଟ୍ରଷ୍ଟ ଦ୍ୱାରା ସନ୍ଥକବି ଭୀମଭୋଇ ମହିମାବିକାଶ ପରିଷଦର ଆହ୍ୱାନ କ୍ରମେ  ମାଘସ୍ତମୀ ଉପଲକ୍ଷେ ଦୀପଦାନ ମହାମେଳାର ଆୟୋଜନ ହେଉଅଛି ।ଆସନ୍ତା ୧ତାରିଖରେ ଗବେଷଣା କେନ୍ଦ୍ର ପରିସରରେ ଏହା ଅନୁଷ୍ଠିତ ହେବ ।ସବୁବର୍ଷ ଭଳି ଏଥର ଏହାକୁ ନିଆରା ଭାବେ ପାଲିବାକୁ ନିଷ୍ପତି ନେଇଛନ୍ତି ପରିଷଦ ,ଯେଉଥିରେ ରହିଛି କି ସ୍ୱତନ୍ତ୍ରତା ଓ ଅନ୍ୟମାନଙ୍କଠାରୁ ଭିନ୍ନତା । ଓଡିଶାର ପ୍ରଥମତଃ ଭାବେ ଶାସ୍ତ୍ର ଓ ବେଦାନ୍ତ ଅନୁଯାୟୀ ୧୦୨ଟି ଶାଖାବିଶିଷ୍ଟ ଝାଡରେ ଅଗ୍ନିପ୍ରଜ୍ୱଳନ କରାଯିବ ।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନମନ୍ତ୍ରୀ ଅଶୋକଚନ୍ଦ୍ରପଣ୍ଡା, କୃଷିମନ୍ତ୍ରୀ ଅରୁଣକୁମାରସାହୁଙ୍କ ସ୍ଥାନୀୟ ବିଧାୟକ ସୁଶାନ୍ତକୁମାର ରାଉତ,ବିଧାୟକ ଅନନ୍ତନାରାୟଣ ଜେନା ,ଶକ୍ତିବିଭାଗ ପ୍ରମୁଖ ଶାସନସଚିବ ବିଷ୍ନୁପଦସେଠୀ ଙ୍କ ସମେତ ଲୋକପ୍ରତିନିଧିମାନେ ଯୋଗଦାନ କରିବେ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ନିଜର ମଙ୍ଗଳସାଧନା ସହ ସମାଜର ମଙ୍ଗଳକାର୍ଯ୍ୟ ନିମନ୍ତେ ଉଦ୍ଦିଷ୍ଟ ଏହି ଦୀପଦାନ ମହୋସ୍‌ବରେ ଯୋଗଦାନ କରିବାକୁ ବାବା ରମେଶଚନ୍ଦ୍ରଦାସ ,ଟ୍ରଷ୍ଟରସଭାପତି-ଅନନ୍ତଚରଣସେନାପତି,ସମ୍ପାଦକ-ତୁଷାରକାନ୍ତମହାନ୍ତିଙ୍କ ସମେତ ଟ୍ରଷ୍ଟର ସଦସ୍ୟମାନେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.