ନନ୍ଦନକାନନକୁ ସଂକ୍ରମଣ ଭୟ ; ବନ୍ଦ କଲେ ପାଦଚଲା ବିହଙ୍ଗ ସରଣୀ

0 262

ବାରଙ୍ଗ,୨୭/୧(ଏସଏସନିୟୁଜ୍‌) ନନ୍ଦନକାନନକୁ ଘାରିଲାଣି ପୁଣି ସଂକ୍ରମଣ ଭୟ । ଯାହାଫଳରେ ଉଦ୍ୟାନରେ ଥିବା ପାଦଚଲା ବିହଙ୍ଗ ସରଣୀକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି କର୍ତ୍ତୁପକ୍ଷ । ଆସନ୍ତା ମଙ୍ଗଳବାର ଦିନ ଠାରୁ ଏହି ସରଣୀ ସାମୟିକ ଭାବେ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଉପନିର୍ଦ୍ଦେଶକ । କେବେ ଖୋଲିବ ତାହା ସୁଚନା ଦେଇନଥିବା ବେଳେ ପର୍ଯ୍ୟଟକମାନେ ଅତି ନିକଟରୁ ପକ୍ଷୀମାନଙ୍କୁ ଦେଖିପାରିବେ ନାହିଁ ।

ଇଏ ଏକ ଏଭଳି ସରଣୀ , ପକ୍ଷୀମାନଙ୍କ ଗ୍ରହଣରେ ପର୍ଯ୍ୟଟକମାନେ ସମୟ ଅତିବାହିତ କରିବା ସହ ଜଙ୍ଗଲ ସଦୃଶ ପ୍ରାକୃତିକ ପରିବେଶକୁ ଉପଭୋଗ କରି ମଜ୍ଜା ଉଠାଇଥାନ୍ତି ।  ଅନ୍ୟପଟେ ସୋମବାର ରାଜଧାନୀର ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ପୋଲଟ୍ରି ସାଇନ୍ସ ଡିପୋର୍ଟମେଣ୍ଟରେ ବାର୍ଡ ଫ୍ଲୁ ଦେଖାଯାଇଛି । ଯାହାକୁ ନେଇ ଭୟଭିତ ହୋଇପଡିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ନନ୍ଦନକାନନରେ ପକ୍ଷୀସରଣୀରେ ଥିବା ପକ୍ଷୀମାନେ ଲୋକମାନଙ୍କ ସଂର୍ପଶରେ ଆସୁଥିବାରୁ ପକ୍ଷୀ ଓ ପର୍ଯ୍ୟଟକ ଉଭୟ ଆକ୍ରାନ୍ତ ହେବାର ସମ୍ଭାବନା ଥିବାରୁ ସର୍ତକତା ମୂଳକ ଭାବେ ଏହାକୁ ବନ୍ଦ କରାଯଇଥିବା ବେଳେ କୈାଣସି ପକ୍ଷୀମାନଙ୍କୁ ଭୁତାଣୁ ଜନୀତ ସଂକ୍ରମଣ ହୋଇନଥିବାର ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.