କଟକ,୨୫|୬ (ଏଏସନିଉଜ) ବୁଧବାରଦିନ ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟରେ ଥିବା ଶ୍ରୀଶ୍ରୀ ଆୟୁବେଦ ମହାବିଦ୍ୟାଳୟ ତରଫରୁ ବେଲଗଛିଆ ପଞ୍ଚାୟତରେ ଏକ ବହୁମୁଖୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଉଦ୍ଘାଟନ କରିଥିଲେ ଏବଂ ଡେପୁଟି ଡିନ୍ ପ୍ରଫେସର ଦୁର୍ଗାପ୍ରସାଦ ଦାଶ ଜନ ସାଧାରଣଙ୍କୁ ଏହାର ସୁବିଧା ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଶିବିରରେ ୩୦୦ରୁ ଅଧିକ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ ଏବଂ ସମସ୍ତଙ୍କର ମଧୁମେହ ରକ୍ତ ପରୀକ୍ଷା ମଧ୍ୟ କରାଯାଇଥିଲା।ଡାକ୍ତର ରମାକାନ୍ତ ରାଉତ , ଡାକ୍ତର ପଦ୍ମ ଲୋଚନ ଶଙ୍ଖୁଆ, ଡାକ୍ତର ସଂଜୀବ ଦାସ, ଡାକ୍ତର ଶିବକାନ୍ତ ଶର୍ମ୍ମା ,ଡାକ୍ତର ଧ୍ରୁବ ପ୍ରସାଦ,ଡାକ୍ତର ଆର୍ମାନ , ଡାକ୍ତର ଦେବକୀ ଶ୍ରୀନିବାସନ୍ ପ୍ରମୁଖ ରୋଗୀ ମାନଙ୍କର ପରୀକ୍ଷା କରିଥିଲେ। ଶ୍ରୀ ପ୍ରଭୁ କଲ୍ୟାଣ,ଆକାଶ ସାମନ୍ତରାୟ , କେଦାର ନାଥ ,ଗୁଲଚାମନ ଖାଟୁନ ପ୍ରମୁଖଙ୍କ ଦ୍ୱାରା ଶିବିର ପରିଚାଳନା କରାଯାଇ ଥିଲା ।ସରପଞ୍ଚ ମାନିନୀ ସାହୁଙ୍କ ସମେତ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ।

