ମହାକାଳପଡାରୁ ଆସିଲା ଭାରତୀୟଶାଗୁଣା

0 323

ବାରଙ୍ଗ,୧/୧୨(ଏସଏସନିୟୁଜ) ଯାଜପୁରଜିଲ୍ଲା ମହାକାଳପଡାଗ୍ରାମର ଏକ କୁକୁଡାଘରୁ ଉଦ୍ଧାର ହୋଇଥିବା ଭାରତୀୟ (ଲମ୍ବାଥଣ୍ଟିଆ)ଶାଗୁଣା ଗୁରୁବାର ସନ୍ଧ୍ୟାରେ ନନ୍ଦନକାନନକୁ ଆସିଛି।ଶାଗୁଣାଟିର ଲିଙ୍ଗଚିହ୍ନଟ ହୋଇପାରିନଥିବାବେଳେ ସେ ତରୁଣ ବୟସ୍କ ହେବ ବୋଲି ଜଣାପଡିଛି।କିଛିଦିନ ହେବ ଶାଗୁଣାଟି ମହାକାଳପଡା ଗ୍ରାମର ଜଣକ ବାଡିରେ ବୁଲୁଥିଲା।ସେ ଉଡିପାରୁନଥିବାରୁ ଘର ମାଲିକ ଶାଗୁଣାକୁ ଧରି ତାର କୁକୁଡା ରହୁଥିବା କୁକୁଡା ଘରେ ରଖିଥିଲା।ଗାଁ ଲୋକଙ୍କ ଠାରୁ ସୂଚନା ପାଇ କଟକ ଡିଭିଜନ ଡିଏଫ୍ଓ ସଞୟ କୁମାର ସ୍ବାଇଁ ସଦଳବଳେ ଯାଇ ଶାଗୁଣାକୁ ଉଦ୍ଧାର କରି ପ୍ରଥମିକଚିକିତ୍ସା ପରେ ଗୁରୁବାର ସନ୍ଧ୍ୟାରେ ନନ୍ଦନକାନନକୁ ହସ୍ତାନ୍ତର କରିଛନ୍ତି ।ଶାଗୁଣାଟି ଆସିବାପରେ ବନ୍ୟପ୍ରାଣୀଚିକିତ୍ସାଳୟରେ ତାର ପ୍ରାଥମିକ ସ୍ବାସ୍ଥ୍ୟପରୀକ୍ଷାକରାଯାଇ କ୍ବାରେଣ୍ଟାଇନର ପୃଥକୀକରଣ ଏନକ୍ଲୋଜରରେ ଛଡାଯାଇଛି।ଉଦ୍ଧାରଶାଗୁଣାକୁ ମିଶାଇ ଏହି ପ୍ରଜାତିର ଶାଗୁଣା ସଂଖ୍ୟା ନନ୍ଦନକାନନରେ ୭କୁ ବୃଦ୍ଧିପାଇଛି।

 

Leave A Reply

Your email address will not be published.