ଆଜିର ରାଶିଫଳ

0 228

୨୦୨୨ ମସିହା ଡିସେମ୍ବର ମାସ ୦୨ ତାରିଖ (ଶୁକ୍ରବାର)ମାର୍ଗଶୀର ମାସ –ଶୁକ୍ଳପକ୍ଷ ,ତିଥି-ନବମୀ.ନକ୍ଷତ୍ର-ପୂର୍ବଭାଦ୍ର ,ସୁର୍ୟୋଦୟ ପ୍ରାତଃ ଘ୦୬/୦୮/୫୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୧୧ ,ବିଛା, ଧନୁ ଓ ମୀନରାଶିର ଘାତବାର ,ଧନୁରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ଲାଉ , କଳମଶାଗ ଭକ୍ଷଣ ନିଷେଧ । 
ମେଷ-ନିଜ ପରିସରରେ ଅନ୍ୟମାନଙ୍କ ସକାଶେ ପରାମର୍ଶଦାତା ହୋଇ ପ୍ରଶଂସିତ ହେବେ। ବାଣିଜ୍ୟ, ବ୍ୟବସାୟ ଓ କଳାସାହିତ୍ୟରେ ସମସ୍ୟା ସମାଧାନହେବ। ରାଜନୀତି , ଯାତ୍ରା ଓ କଚେରିମାମଲାରେ ଆଶାଜନକ ଫଳ ପାଇବେ। ଅର୍ଥଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
ବୃଷ-ପାପଯୁକ୍ତ ରାହୁହେତୁ ଭାବପ୍ରବଣତା ବୃଦ୍ଧିପାଇବ ଓ ମନୋବଳ ହ୍ରାସପାଇବ। କର୍ମକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଆହାର ବିହାରରେ ସଂଯମ ବ୍ୟତିରେକ ସ୍ବାସ୍ଥ୍ୟହାନି ସମ୍ଭାବନାରହିଛି। ଈର୍ଷାପରାୟଣବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନପାରି ସମାଲୋଚନାମତ୍କ ମନ୍ତବ୍ୟ ଦେବେ ।
ମିଥୁନ-ଚନ୍ଦ୍ରଙ୍କ ଅଶୁଭତ୍ୱରୁ ଭୁଲ୍ ଖବରପାଇ ସାମୟିକଭାବରେ ବିବ୍ରତ ହୋଇପାରନ୍ତି। ସମୟାନୁକ୍ରମେ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ଆଜି ଦିନଟିରେ ସ୍ବାଧୀନଭାବରେ କାର୍ଯ୍ୟକରିବା ସୁଯୋଗ ପାଇବେ। ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ।

କର୍କଟ-ସରକାରୀ ଅନୁଦାନପ୍ରାପ୍ତ ଯୋଗୁ ଆର୍ଥିକ ସ୍ବଚ୍ଛଳତା ଓ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ସବୁକଥାକୁ ହାଲୁକାଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ। ଅଫିସ୍ ସମୟରେ ଶୁଭଖବରପାଇ ଉଲ୍ଲସିତ ହେବେ। ଆଳସ୍ୟଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି।
ସିଂହ-ପରିବାର ବୋଝ ବୃଦ୍ଧିପାଇବାକାରଣରୁ ଆର୍ଥିକ ଅନଟନର ସମ୍ମୁଖୀନହେବେ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନବଳାଇବେ। ପରୋକ୍ଷଭାବରେ ଗୁପ୍ତଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧିପାଇବ। ଆଧ୍ୟାତ୍ମିକତା ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି।
କନ୍ୟା-ଚନ୍ଦ୍ରଙ୍କ କୁପ୍ରଭାବରୁ ବୃଥା ଅନିଷ୍ଟ ଆଶଙ୍କାକରି ମାନସିକସ୍ତରରେ ଅସୁସ୍ଥତା ଅନୁଭବ କରିବେ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଅପରାହ୍ନେ ବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜଲିସରେ ସମୟ ଅତିବାହିତ କରିବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।
ତୁଳା-ଆଜି ଏକ ଭିନ୍ନ ପରିବେଶରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉସାହିତ ହେବେ। ଏଜେନ୍ସି, କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ସାମ୍ବାଦିକତାରେ ଉଚ୍ଚପ୍ରଶଂସିତ ହେବେ। ଭଲ ବୁଝାମଣା ହେତୁ ପରିବାରରେ ସୁଖଶାନ୍ତି ରାଜୁତି କରିବ। ଏହା ସାଙ୍ଗକୁ ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିବେ।
ବିଛା-ପ୍ରତ୍ୟେକକ୍ଷେତ୍ରରେ ସଂଯମ ରକ୍ଷା ନକଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ଯେଉଁ କାମ ହେଉନା କାହିଁକି, ତରବରିଆ ପଦକ୍ଷେପନେଲେ ହଇରାଣ ହେବେ। ଯେତେ ଭଲ କାମକଲେ କଣ ହେବ, ଟିକିଏ ଟିକିଏ କଥାରେ ଚିହ୍ନାପଡ଼ି ସମାଲୋଚିତ ହେବେ । ରାଜନୀତି, ପ୍ରେସ୍‌, ପବ୍ଳିକେଶନ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧିପାଇବ।

ଧନୁ-କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। କରଜଦାତାଙ୍କ ଚାପ କ୍ରମଶଃ ବୃଦ୍ଧିପାଇବା କାରଣରୁ ଦୁଶ୍ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆନନ୍ଦିତ ହେବେ । ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ।
ମକର-କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ଭୁଲ୍ ଖବରପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଆଜିଦିନରେ ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁଭଲ। ପରିସ୍ଥିତିରେପଡ଼ି ଦୁଇପଇସା ଜାଗାରେ ଛପଇସା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।
କୁମ୍ଭ-କୌଣସି ନୂତନକାର୍ଯ୍ୟରେ ହାତ ଦେବାକୁ ସ୍ଥିରକରିବେ। ଖଳଲୋକଙ୍କ କଥାରେ ଭଲ ସମ୍ପର୍କଥିବା ବ୍ୟକ୍ତିଟି ଭୁଲ୍ ଧାରଣା ପୋଷଣ କରିପାରନ୍ତି। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ଅବସର ବିନୋଦନ କ୍ଷେତ୍ରରେ ପଡ଼ୋଶୀଙ୍କ ସହ ମିଷ୍ଟାଳାପରେ ମାତିରହିବେ।
ମୀନ-ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହେବ। ଟୁପ୍‌ଟାପ୍ କଥାକୁ ଅନ୍ୟମାନେ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରିବେ। ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟଝଗଡ଼ା ସୃଷ୍ଟିହୋଇପାରେ। ଧନ୍ଦାମୂଳକ ଶିକ୍ଷାରେ ସଫଳତା ଲାଭ କରିବେ ।

ନିତୀବାଣୀ-ମଣିଷ ନିଜ ଭୁଲ କେବଳ ସେତିକିବେଳେ ବୁଝିପାରେ , ଯେତେବଳେ ଗୋଟିଏ ଭୁଲଯୋଗୁଁ ସେ ଅନେକ କିଛି ହରାଇଦିଏ ।
ବାସ୍ତୁଟିପ୍ପଣୀ-ସକାରାତ୍ମକ ଶକ୍ତି ବୃଦ୍ଧି ଓ ଆର୍ଥିକସ୍ତରରେ ଉନ୍ନତିପାଇଁ ଜାଣନ୍ତୁ ବାସ୍ତୁଟିପ୍ସ-
ନିଜଘରେ ସମସ୍ତେ ସୁଖଶାନ୍ତିରେ ରହିବାକୁ ଚାହାନ୍ତି। ଆର୍ଥିକସ୍ତରରେ ଉନ୍ନତି ତଥା ମାନସିକଶାନ୍ତି ପାଇଁ ଘରେ ସକାରାତ୍ମକଶକ୍ତି ବୃଦ୍ଧିହେବା ଆବଶ୍ୟକ। ବାସ୍ତୁର କିଛି ନିୟମ ମାନିବାଦ୍ବାରା ଘରପରିବେଶରେ ସକାରାତ୍ମକତା ଆସିଥାଏ। ସେହିସବୁ ନିୟମଗୁଡ଼ିକ ହେଉଛି –
ଘରେ କୌଣସିକାମ ଆଶାନୁରୂପ ହେଉ ନଥିଲେ, କୌଣସିସ୍ଥାନରେ ଦୁଇଟି କର୍ପୂରଖଣ୍ଡକୁ ରଖିଦିଅନ୍ତୁ। କର୍ପୂର ଉଡ଼ିଗଲାପରେ ତାହାକୁ ବଦଳାଇ ଦିଅନ୍ତୁ।
ଘରେଥିବା ବାସ୍ତୁଦୋଷକୁ ଦୂରକରିବାପାଇଁ ୬ଟି କିମ୍ବା ୮ଟିକାଠି ଥିବା ୱିଣ୍ଡ୍ ଚାଇମ୍ସ ବ୍ୟବହାର କରନ୍ତୁ। ଏହାଦ୍ବାରା ଘରେ ସକାରାତ୍ମକଶକ୍ତି ବୃଦ୍ଧି ପାଇଥାଏ।
ଘୋଡ଼ାନାଲକୁ ଘରର ମୁଖ୍ୟଦ୍ବାରରେ ଲଗାନ୍ତୁ। ବିଶ୍ବାସରହିଛି ଯେ,ଏହା ଘରେ ସକାରାତ୍ମକ ଶକ୍ତି ଆଣିଥାଏ।
ଲିଭିଙ୍ଗ୍ ରୁମ୍‌ରେ ନିଜପରିବାରର ଖୁସିମୁହୂର୍ତ୍ତର ଫଟୋକୁ ଲଗାନ୍ତୁ। ଏହାଦ୍ବାରା ସମ୍ପର୍କ ମଜଭୁତ ହେବାସହିତ ମନରେ ସକାରାତ୍ମକ ଚିନ୍ତାଧାରା ଆଣିଥାଏ।
ଘରେ ଶୁଖିଯାଇଥିବା, ଅସୁନ୍ଦର ଦେଖାଯାଉଥିବା ବା ଥୁଣ୍ଟାଗଛଗୁଡ଼ିକୁ ବାହାର କରିଦିଅନ୍ତୁ। ଏହା ଘରେ ନକାରାତ୍ମକ ଶକ୍ତି ବୃଦ୍ଧିକରେ ଫଳରେ ଘରେ ଅଶାନ୍ତି ସୃଷ୍ଟିହୋଇଥାଏ ବୋଲି କୁହାଯାଏ।
ଯଦି ତାଜାଫୁଲ ଘରେସଜାଉଛନ୍ତି, ତେବେ ପ୍ରତିଦିନ ଫୁଲବଦଳାନ୍ତୁ। ଶୁଖିଯାଇଥିବାଫୁଲ ସକାରାତ୍ମକଶକ୍ତି ଆସିବାରେ ବାଧା ସୃଷ୍ଟି କରିଥାଏ।
ଘରରକାନ୍ଥରେ ଫାଟ ସୃଷ୍ଟିହେବା, ଘରେ ଅଧିକଦିନ ବୁଢିଆଣିଜାଲ ରହିବା ମଧ୍ୟ ଅଶୁଭ ହୋଇଥାଏ। ଏହାଦ୍ବାରା ଘରେ ନକାରାତ୍ମକଶକ୍ତି ବୃଦ୍ଧିପାଇଥାଏ ବୋଲି କୁହାଯାଏ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.