୪ରୁ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲଟିର୍ଣାମେଂଟ

0 169

ବାରଙ୍ଗ,୩୦/୧୧(ଏସଏସନିଉଜ)ସବୁବର୍ଷ ଭଳି ଚଳିତବର୍ଷ ୨୦ତମ ଆମନ୍ତ୍ରଣୀୟ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲଟିର୍ଣାମେଂଟ ଗଣ୍ଡରପୁରଠାରେ ଥିବା ବିଜୁପଟ୍ଟନାୟକମିନିଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ।ୟୁନାଇଟେଡ ୟୁଥ୍‌କ୍ଲବ ଗଣ୍ଡରପୁର ଆନୁକୁଲ୍ୟରେ ୪ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ ୮ଦିନଧରି ଚାଲିବ ଓ ୧୧ତାରିଖରେ ଫାଇନାଲମ୍ୟାଚ ହେବ ।ସହରାଂଚଳ ଓ ଗ୍ରାମାଚଂଳ ନାମରେ ଦୁଇଟି ପର୍ଯ୍ୟାୟରେ ଏହି ମ୍ୟାଚ କରାଯିବ । ଗ୍ରାମାଂଚଳମ୍ୟାଚ ଦିନ୧୨ ଟାରେ ଆରମ୍ଭ ହେବାସହ ସହରାଂଚଳମ୍ୟାଚ ଅପରାହ୍ନ୩ଟାରେ ଆରମ୍ଭ ହେବା ଗ୍ରାମାଂଚଳରେ ୧୬ଟିଦଳ ଓ ସହରାଚଂଳରେ ୮ଟି ଦଳ ଅଂଶଗ୍ରହଣ କରିବୋ ୪ତାରିଖରେ ଏହା ଉଦଘାଟନ ହେବାସହ ୧୧ତାରିଖରେ ଏହା ଉଦଯାପିତ ହେବ । ।ଉଦଘାଟନୀମ୍ୟାଚର ପ୍ରଥମମ୍ୟାଚ ଗ୍ରାମଚଂଳର ବ୍ରାହ୍ମଣିଗାଁ ସହ ପଦ୍ମକେଶରୀପୁର ଓ ସହରାଂଚଳର ପ୍ରଥମମ୍ୟାଚ ପପୁଲାରକ୍ଲବ ଢେଙ୍କାନାଳ ସହ ମଙ୍ଗଳାକ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହେବ । ପ୍ରତିଦିନ ମ୍ୟାଚପରେ ଦର୍ଶକମାନଙ୍କ ପାଇଁ ମାଗଣା ଲଟେରୀ ଉଠାଣ କାର‌୍ୟ୍ୟକ୍ରମ ରହିଛି ବୋଲି ଆୟୋଜକ ୟୁନାଇଟେଡ ୟୁଥ୍‌କ୍ଲବ ପକ୍ଷରୁ କୁହାଯାଇଛି ।(ଗୈାତମରାଉତଙ୍କରିପୋର୍ଟ)

Leave A Reply

Your email address will not be published.