ବାଲ୍ୟବିବାହକୁ ରୋକିଲା ଚାଇଲ୍ଡଲାଇନ

0 174

ମେଣ୍ଢାଶାଳ,୩୦/୧୧(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ସୁନ୍ଦରପୁର ମୁଣ୍ଡାସାହିରେ ବୁଧବାର ଦିନ ବାଲ୍ୟବିବାହ ହେଉଥିବାବେଳେ ଖବରପାଇ ଚାଇଲ୍ଡଲାଇନ ଚଢଉକରି ବିବାହକୁ ବନ୍ଦ କରିବାସହ ନାବାଳିକାକୁ ଉଦ୍ଧାର କରିଛି ।ମୁଣ୍ଡାସାହିର ସ୍ୱାଧିନସିଂ (୧୯) ନାମକ ଯୁବକ ସେହି ଗାଁର ଜଣେ ହାଇସ୍କୁଲରେ ପଢୁଥିବା ୧୬ବର୍ଷିୟା ଝିଅସହ ବିବାହ କରୁଥିଲା ।ଉଭୟପରିବାର ମିଶି ଏହି ବିବାହ ଉସ୍‌ବ ଆୟୋଜନ କରିଥିଲେ ।ବିବାହ କାର୍ଯ୍ୟ ଆରମ୍ଭ ହେଉଥିବାବେଳେ କୈାଣସି ସୁତ୍ରରୁ ସୁଚନାପାଇଁ ଭୁବନେଶ୍ୱର ଚାଇଲ୍ଡଲାଇନର ସଦସ୍ୟମାନେ ପୋଲିସ ସହାୟତାରେ ବିବାହସ୍ଥଳରେ ପହଁଚିବାସହ ହେଉଥିବା ବିବାହ କାର୍ଯ୍ୟକୁ ବନ୍ଦ କରିଥିଲେ ।ପରେ ନାବାଳିକା ଝିଅକୁ ଉଦ୍ଧାର କରି ସାଙ୍ଗରେ ନେଇଥିଲେ । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.