ମହାକାଶ ଯାତ୍ରାରେ ଯିବେ Amazon ପ୍ରତିଷ୍ଠାତା ଜେଫ ବେଜୋସ

ରାତ୍ରୀର ଖବର ସଂକ୍ଷେପରେ, ତାରିଖ :୦୭/୦୬/୨୦୨୧ (ସୋମବାର)

0 20

🎯ରାଜ୍ୟରେ ଆଜି ୮୪୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
🎯ରାଜ୍ୟ ସରକାରଙ୍କ ଆଗରେ ଏବେ ବଡ଼ ଚ୍ୟାଲେଞ୍ଜ୍ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ। ୨୨ଟି ଜିଲ୍ଲାର ସଦର ମହକୁମାରେ ଯୁବବର୍ଗଙ୍କୁ କୋଭିସିଲଡ୍ ଟିକା ଦେବା ପାଇଁ ନିର୍ଦ୍ଦେଶ ପରେ ଆଜିଠାରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି ।
🎯କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ୨୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
🎯ସିିବିଏସ୍‌ଇ ପରୀକ୍ଷା ମୂଲ୍ୟାଙ୍କନ ଶୈଳୀରେ ସଂଶୋଧନ; ମାର୍କ ସବ୍‌ମିଶନର ଅବଧି ବୃଦ୍ଧି ।
🎯 ଭୁବନେଶ୍ବରରୁ ଦିନକରେ ୪୨୪ ଆକ୍ରାନ୍ତ ଚିହ୍ନଟ, ୧୨୯୫ ସୁସ୍ଥ ହୋଇଛନ୍ତି।
🎯ଏକାମ୍ର କ୍ଷେତ୍ରର ବିକାଶ ପାଇଁ ‘ଏକାମ୍ର’ ଯୋଜନା ତ୍ବରାନ୍ବିତ। ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନତ୍ରୁପ୍ତ ମିଶ୍ର । ଲିଙ୍ଗରାଜ ମନ୍ଦିର ଆଖପାଖର ୮୦ ଏକର ଜମିରେ ବିକାଶମୂଳକ କାର୍ଯ୍ୟ ହେବ।
🎯ଭୁବନେଶ୍ୱରର ନାଗରିକ ଯେଉଁମାନେ ଶଯ୍ୟାଶାୟୀ ଏବଂ ସଂପୂର୍ଣ୍ଣ ଅସୁସ୍ଥ ସେମାନେ ଟୀକାକରଣ ପାଇଁ ଚିନ୍ତା କରନ୍ତୁ ନାହିଁ । ୧୯୨୯ କୁ ଯୋଗାଯୋଗ କରି ଟିକା ପାଇଁ ବୁକିଂ କରନ୍ତୁ । BMC ଆପଣଙ୍କ ପାଇଁ ଟୀକାକରଣର ବ୍ୟବସ୍ଥା କରିବ ।
🎯ପୂର୍ବତଟ ରେଳପଥ ଦେଇ ଚଳାଚଳ କରିବ ତିନି ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ।
🎯ମହାକାଶ ଯାତ୍ରାରେ ଯିବେ Amazon ପ୍ରତିଷ୍ଠାତା ଜେଫ ବେଜୋସ ।
🎯ଭଦ୍ରକ ଜିଲ୍ଲାରେ ବାତ୍ୟା ୟାସ୍‌ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଏଇ ବାସ୍ତବ ଚିତ୍ର ଦେଖିବା ପାଇଁ ଆଜି ଧାମରାଠାରେ ପହଞ୍ଚିଥିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ।
🎯ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାକରଣକୁ ଜାତୀୟ ମିଶନରେ ପରିଣତ କରିଥିବାରୁ ଦେଲେ ଧନ୍ୟବାଦ ।
🎯ରନ୍ଧନଗ୍ୟାସରେ ରିହାତି: ଜୁନ ମାସରେ ମାତ୍ର ୯ଟଙ୍କାରେ ଏଲପିଜି ଗ୍ୟାସ ମିଳିବ।
🎯ଅନଲକ୍‌ର ପ୍ରଥମ ଦିନରେ ଦିଲ୍ଲୀବାସୀଙ୍କୁ ବଡ ଆଶ୍ଵସ୍ତି, ମାତ୍ର ୨୩୧ ନୂତନ କେସ୍ ଚିହ୍ନଟ ହୋଇଛନ୍ତି।
🎯୨୦୧୯-୨୦ ଶିଷାବର୍ଷରେ ଓଡ଼ିଶାର ସ୍ଥାନ ପଞ୍ଚଦଶ ସ୍ଥାନରେ ପହଞ୍ଚିଛି.।
🎯ଜୁନ୍‌ ୨୧ରୁ ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା, ନଭେମ୍ବର ମାସ ଯାଏଁ ମାଗଣା ରାସନ ଦିଆଯିବ।
🎯ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ କାର୍ଯ୍ୟସୂଚୀ ଘୋଷିତ ହୋଇଛି।🌹ଶୁଭ ରାତ୍ରୀ 🌹

 

Leave A Reply

Your email address will not be published.