ମହାଳୟାରେ ସମଲେଶ୍ୱରୀଙ୍କ ଦର୍ଶନ ମନା

0 511

ଖବର ଆଜିର,ତାରିଖ ୧୨/୦୯/୨୦ ଶନିବାର
୧-ପ୍ରକାଶ ପାଇଲା ଜେଇଇ-ମେନ୍ସ ଫଳାଫଳ, ବାଜି ମାରିଲା ତେଲେଙ୍ଗାନା।ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପର୍‌।
୨-କଂଗ୍ରେସସର ବଡ ଧରଣର ଅଦଳ ବଦଳ : ଚେଲ୍ଲା କୁମାର ଓଡ଼ିଶା ପ୍ରଭାରୀ, ପଦ ହରାଇଲେ ଆଜାଦ, ଭୋରା, ଖଡ୍‌ଗେ ଭକ୍ତ ଦାସଙ୍କୁ ମିଜୋରାମ୍‌, ମଣିପୁର ଦାୟିତ୍ବ ସିଡବ୍ଲ୍ୟୁସିରୁ ବାଦ୍‌ପଡ଼ିଲେ ରାମ ଖୁଣ୍ଟିଆ।
୩-ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା।
୪-ପରିମଳ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ‘ଗରିମା’ ଯୋଜନା, ଘର-ବାଇକ ପାଇଁ ୯୦ ପ୍ରତିଶତ ସହାୟତା, ପିଜି ଯାଏ ପିଲାଙ୍କୁ ମାଗଣା ଶିକ୍ଷା।
୫-୧୪ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ବିଜେଡିର ହୁଇପ୍ ଜାରି।
୬-କାର୍ତ୍ତିକ ମାସ ପାଇଁ କରୋନା କଟକଣା: ପୁରୀଙ୍କୁ ହବିଷ୍ୟାଳୀଙ୍କ ଆସିବା ଉପରେ ଲାଗିଲା ରୋକ୍; ପ୍ରଶାସନ କହିଲା, ହବିଷ୍ୟାଳୀଙ୍କୁ ରଖିବା ପାଇଁ କରାଯାଇନାହିଁ ଶିବିର ଆୟୋଜନ, ଆରମ୍ଭ ହୋଇନି ପଂଜୀକରଣ।
୭-ଚୀନକୁ ମାତ୍ ଦେବାକୁ ଭାରତର ମୋର୍ଚ୍ଚାବନ୍ଦୀ: ସ୍ପଷ୍ଟ ଶବ୍ଦରେ ଶୁଣାଇଲେ ଏସ ଜୟଶଙ୍କର, କହିଲେ- ଚଳିବନି ଆଉ ଡ୍ରାଗନର ଚାଲବାଜି।
୮-ସୋମବାର ସଂସଦର ମୌସୁମୀ ଅଧିବେଶନ, ଉପସ୍ଥାପିତ ହେବ ୨୩ ନୂଆ ବିଧେୟକ।
୯-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ରେ ବିହାରରେ ନିର୍ମିତ ୩ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ।
୧୦–ଅକ୍ପିଜେନ୍ ସପ୍ଲାଏ ଉପରେ କଟକଣା ନ ଲଗାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦେଶ।
୧୧-ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେବ ହାଇସ୍କୁଲ ସାର୍ଟିଫିକେଟ ଏବଂ ଓପନ ସ୍କୁଲ ସାର୍ଟିଫିକେଟ ସପ୍ଲିମେଂଟାରୀ ପରିକ୍ଷା ।
୧୨-ବାହୁବଳୀଙ୍କ ପ୍ରକୃତି ପ୍ରେମ – ୧,୬୫୦ ଏକର ଜଙ୍ଗଲ ଜମିକୁ ପୋଷ୍ୟ ଭାବେ ଗ୍ରହଣ କଲେ ସାଉଥ ସୁପର ଷ୍ଟାର ପ୍ରଭାସ।
୧୩-କରୋନା ରୋକିବାକୁ ଭୁବନେଶ୍ଵରରେ ଆରମ୍ଭ ହେଲା ମେଗା ହେଲ୍‌ଥ ସ୍କ୍ରିନିଙ୍ଗ, ଡୋର ଟୁ ଡୋର ବୁଲି କରାଯାଉଛି ଯାଞ୍ଚ।
୧୪-ହାଇକୋର୍ଟରେ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଶୁଣାଣି: ମାସେ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ; ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ଯାଇଥିଲେ ଆଦିତ୍ୟଙ୍କ ପତ୍ନୀ।
୧୫-ମହାଳୟାରେ ସମଲେଶ୍ୱରୀଙ୍କ ଦର୍ଶନ ମନା, ଡିଜିଟାଲ ପ୍ଲାଟଫର୍ମରେ ଘରେ ବସି ଦେବୀଙ୍କ ଆଶୀର୍ବାଦ ନେଇପାରିବେ ଶ୍ରଦ୍ଧାଳୁ।
୧୬-ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍ ସ୍କାମ୍: ପୂର୍ବତନ ସିଏଜି ଶଶୀକାନ୍ତ ଶର୍ମା ଓ ବାୟୁସେନାର ଚାରି ଅଧିକାରୀଙ୍କ ବିରୋଧରେ ‘ପ୍ରୋଜେକ୍ୟୁସନ୍ ସାଙ୍କ୍‌ସନ୍’ ଲୋଡ଼ିଲା ସିବିଆଇ।
୧୭-୧୪ ଟି ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କଲା କେନ୍ଦ୍ର।
୧୮-ଚୀନ ସେନା ଦ୍ବାରା ଗତ ଶୁକ୍ରବାର ଅପହୃତ ଅରୁଣାଚଳ ପ୍ରଦେଶର ୫ ଯୁବକ ଆଜି (ଶନିବାର) ଭାରତ ଫେରିବା ସମ୍ଭାବନା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ।

Leave A Reply

Your email address will not be published.