ମହାନଦୀରେ ୨୦ଫୁଟର ଘାଇ

0 103

ଭୁବନେଶ୍ୱର,୪ା୮(ଏସଏସନିଉଜ) କୁଜଙ୍ଗବ୍ଲକ୍ ଅନ୍ତର୍ଗତ ତେରମାଣପୁରଗାଁ ନିକଟରେ ମହାନଦୀରେ ୨୦ ଫୁଟର ଏକଘାଇ ସୃଷ୍ଟି ହେବାରୁ କୋଟସାହି ଏବେ ପାଣିଘେରରେ ରହିଛି । ଲଘୁଚାପଜନିତ ଲଗାଣବର୍ଷା ଓ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି କିଛି ଜିଲ୍ଲାରେ ସ୍କୁଲ୍ ଛୁଟିଘୋଷଣା ହୋଇଥିବାବେଳେ ଆଜି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲିରେ ଆଦି ୪ଟିବ୍ଲକ୍‌ରେ ସ୍କୁଲ୍ ଛୁଟିଘୋଷଣା କରାଯାଇଛି।ତେବେ ଆଜିଭୋରୁ ସୃଷ୍ଟି ହୋଇଥିବା ଘାଇ ଫଳରେ ଅନେକଅଞ୍ଚଳ ଜଳମଗ୍ନ ହୋଇରହିଛି । ଲୋକେଶୋଇଥିବାବେଳେ ବନ୍ଧ ଭାଙ୍ଗିଯାଇଥିବା ସୂଚନାମିଳିଛି । ଅନ୍ୟପଟେ ଆଜି କଟକ ମୁଣ୍ଡଳିରେ ଗତକାଲି ରାତି୧୧ଟାପରେ ମୁଣ୍ଡଳିରେ ଜଳପ୍ରବାହ କମିଛି । ବର୍ତ୍ତମାନ ମୁଣ୍ଡଳିରେ ୮ଲକ୍ଷ ୬ହଜାର ୧୪ କ୍ୟୁସେକ୍ ଜଳ ପ୍ରବାହିତହେଉଛି । ଏପରି ଜଳସ୍ତର କମିବାକୁ ନେଇ ବନ୍ୟା ବିପଦ ଆଶଙ୍କା କମିଛି ।

Leave A Reply

Your email address will not be published.