୨୦୨୩ମସିହା ଅଗଷ୍ଟମାସ ୪ତାରିଖ ଶୁକ୍ରବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୬/୫୨ ,ସୂର୍ଯ୍ୟାସ୍ତ- ଘ୬/୧୮/୩୨ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ତୃତୀୟା ଦିବା ଘ୧/୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ଦିବା ଘ୧/୮ମି ପରେ ନୈର୍ଋତ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ଶନିଯୁକ୍ତ, ମଙ୍ଗଳସପ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଏବଂ ରାତ୍ରି ଘ୧୨/୧୪ମି ପରେ ଧନୁରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳ ଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ପଟୋଳ, ଦିବା ଘ୧/୮ମି ପରେ ମୂଳାଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବା ଘ୮/୪୦ମି ରୁ ଘ୧୧/୫୨ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୯/୩ମି ରୁ ଘ୧୦/୨୮ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବାଘ୭/୪ମି ମଧ୍ୟେ, ଘ୭/୫୨ମି ରୁ ଘ୧୦/୧୬ମି ମଧ୍ୟେ, ଘ୧୨/୪୦ମି ରୁ ଘ୨/୧୬ମି ମଧ୍ୟେ, ଘ୩/୫୨ମି ରୁ ଘ୫/୨୮ମି ମଧ୍ୟେ, ରାତ୍ରି ଘ୭/୫୩ମି ରୁ ଘ୯/୨୯ମି ମଧ୍ୟେ, ଘ୩/୫୩ମି ରୁ ଘ୪/୪୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ରାତ୍ରି ଘ୧୧/୫ମି ରୁ ଘ୧୧/୫୩ମି ମଧ୍ୟେ, ଘ୪/୪୦ମି ରୁ ରାତ୍ରିଶେଷ ଘ୫/୨୭ମି ପର୍ଯ୍ୟନ୍ତ। ଶୁଭକର୍ମ:- ହଳପ୍ରବାହ, ବୀଜବପନ, ଦୂରଯାତ୍ରା, ବୃକ୍ଷରୋପଣ, ଔଷଧକରଣ।
ମେଷ-ମିତ୍ରମାନଙ୍କସହିତ ଆମୋଦପ୍ରମୋଦ କରିବାର ଦିନଅଟେ। ମିତ୍ରମାନଙ୍କଠାରୁ ଉପହାରମିଳିବ ତଥା ତାଙ୍କରପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। ନୂଆମିତ୍ରତାର କାରଣରୁ ଭବିଷ୍ୟତରେ ଲାଭ ହୋଇପାରେ। ପ୍ରାକୃତିକସ୍ଥଳକୁ ଯାତ୍ରା କରିପାରନ୍ତି।
ବୃଷ-ଆଜିର ଦିନ, ଚାକିରି କରୁଥିବା ଲୋକମାନଙ୍କ ପାଇଁ ଶୁଭ ଅଟେ। ନୂଆ କାର୍ଯ୍ୟର ଆୟୋଜନ ସଫଳତାପୂର୍ବକ କରି ପାରିବେ। ଉଚ୍ଚାଧିକାରିମାନଙ୍କର କୃପାଦୃଷ୍ଟି ଆପଣ ଉପରେ ରହିବ। ପ୍ରମୋସନ ମଧ୍ୟ ହୋଇପାରେ। ଗୃହସ୍ଥଜୀବନରେ ମଧୁରତା ଆସିବ। ଆପଣଙ୍କ ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ। ସରକାରୀ ଲାଭ ମିଳିବ।
ମିଥୁନ-କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଆଜିର ଦିନ ଅନୁକୂଳ ନୁହେଁ। ଶରୀରରେ ବ୍ୟଥା ଏବଂ ଆଳସ୍ୟ ରହିବାରୁ କାର୍ଯ୍ୟ କରିବାପାଇଁ ଉତ୍ସାହ ହେବନାହିଁ। ପେଟ ସମ୍ବନ୍ଧିତ ରୋଗରେ ଯନ୍ତ୍ରଣା ହୋଇପାରେ। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ।
କର୍କଟ- ଆଜି ସାବଧାନପୂର୍ବକ ବ୍ୟବହାର କରିବାକୁ ପଡ଼ିବ। ପାରିବାରିକ ସଦସ୍ୟମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ବାଣୀ ତଥା କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଅଧିକ ଖର୍ଚ୍ଚ ହେବାର ଆଶଙ୍କା ଅଛି। ଈଶ୍ଵରଙ୍କର ସ୍ମରଣ ତଥା ଆଧ୍ୟାତ୍ମିକତା ଲାଭଦାୟୀ ରହିବ।
ସିଂହ-ବୈବାହିକ ଜୀବନରେ ନିଜନିଜ ଭିତରେ କଳହ ହେବାରୁ ପତି-ପତ୍ନୀଙ୍କ ମଧ୍ୟରେ ଚିନ୍ତା ହୋଇପାରେ। ଜୀବନସାଥୀଙ୍କର ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ନିଜର ଭାଗିଦାରୀ ତଥା ବ୍ୟାପାରିମାନଙ୍କ ସହିତ ଶାନ୍ତ ମନରେ କାମ କରନ୍ତୁ। ସମ୍ଭବ ହେଲେ ନିରର୍ଥକ ଚର୍ଚ୍ଚା କିମ୍ବା ବିବାଦରେ ପଡ଼ନ୍ତୁ ନାହିଁ।
କନ୍ୟା-ଆଜିର ଦିନ ଆପଣ ଫୂର୍ତ୍ତି ତଥା ସୁସ୍ଥ ଅନୁଭବ କରିବେ। ଘର ତଥା ଚାକିରି ସ୍ଥଳର ବାତାବରଣ ଆନନ୍ଦଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ। ଶ୍ୱଶୁରଘର ପକ୍ଷରୁ ଭଲ ସମାଚାର ମିଳିବ। କାର୍ଯ୍ୟ ସଫଳ ହେବାଯୋଗୁଁ ଆପଣଙ୍କୁ ଯଶ ମିଳିବ। ଖର୍ଚ୍ଚ ଅଧିକ ହୋଇପାରେ।
ତୁଳା-ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ। ସନ୍ତାନମାନଙ୍କର ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ବାଦ-ବିବାଦ କିମ୍ବା ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରିବା ପରେ, ତାହା ସଫଳ ହେବାର ସମ୍ଭାବନା କମ ହେବ। କୌଣସି ପ୍ରିୟଜନଙ୍କର ସହିତ ଭେଟ ହେବ। ମାନଭଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ।
ବିଛା- ନିଜ-ସମ୍ବନ୍ଧୀମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ଆର୍ଥିକ କ୍ଷତିର ଆଶଂକା ଅଛି। କୌଣସି ପ୍ରକାରର କାଗଜପତ୍ରକୁ ସମ୍ଭାଳିକରି ରଖିବେ। ନକାରାତ୍ମକ ବିଚାର ଆପଣଙ୍କ ଉପରେ ପ୍ରଭାବ ପକାଇପାରେ, ଧ୍ୟାନ ରଖିବେ। ସ୍ଵାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହୋଇପାରେ।
ଧନୁ-ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜିର ଦିନ ଶୁଭ ଅଟେ। ଭାଇ-ବନ୍ଧୁଙ୍କ ସହିତ ମିଳାମିଶାରେ ବୃଦ୍ଧି ହେବ ତଥା ପରିଜନମାନଙ୍କର ସହିତ ଯାତ୍ରାକରିବାପାଇଁ ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ। ଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି। କାର୍ଯ୍ୟରେ ସଫଳତା ମିଳିବ।
ମକର- ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିଲେ ଆପଣଙ୍କୁ ପ୍ରତ୍ୟେକ ଅସୁବିଧା ଦୂର ହେବ। ଶେୟାର-ସଟ୍ଟାରେ ପୁଞ୍ଜି-ନିବେଶ କରିବାର ଆୟୋଜନ ଆପଣ କରି ପାରିବେ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ଆଖିରେ ପୀଡ଼ା ହେବାର ଆଶଂକା ଅଛି।
କୁମ୍ଭ-ଆଜିର ଦିନ ଶୁଭ ଫଳଦାୟୀ ଅଟେ। ଶାରୀରିକ ତଥା ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ। ଭୌତିକ ତଥା ଆଧ୍ୟାତ୍ମିକ ଦୃଷ୍ଟିରୁ ଆପଣଙ୍କୁ ଭଲ ଅନୁଭବ ହୋଇପାରେ। ପରିଜନମାନଙ୍କ ସହିତ ପ୍ରବାସରେ ଭୋଜନ କରିବା ତଥା ଉପହାର ମିଳିବା ଉପରେ ଆପଣ ଆନନ୍ଦିତ ହେବେ।
ମୀନ-ଲୋଭ କରନ୍ତୁ ନାହିଁ। ଆର୍ଥିକ ବିଷୟରେ ବହୁତ ସାବଧାନ ରୁହନ୍ତୁ। ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ଏକାଗ୍ରତା ମଧ୍ୟ କମ ହୋଇପାରେ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହୋଇପାରେ। ପରିଜନମାନଙ୍କ ସହିତ ମତଭେଦ ହେବାର ଆଶଙ୍କା ଅଛି।

ନିତୀବାଣୀ-ଉପଦେଶଦେବା ସହଜ କିନ୍ତୁ ଉପାୟବତାଇବା ଭାରିକଷ୍ଟ। ଅନ୍ୟରଦୁଃଖକୁ ଦେଖି ଅନେକଦୁଃଖୀ ହୁଅନ୍ତି ସତ, କିନ୍ତୁକେହି ଦୁଃଖ ଦୂର କରିବାପାଇଁ ଆଗେଇ ଆସନ୍ତିନାହିଁ !
ବାସ୍ତୁଟିପ୍ପଣୀ-ଭୁଲିରେ ବି ପର୍ସରେ ରଖନ୍ତୁ ନାହିଁ ଏହିଜିନିଷ, ଅନ୍ୟଥା କାଙ୍ଗାଳ ନିଶ୍ଚିତ
ଲାଇଫ ଷ୍ଟାଇଲ..ସମସ୍ତେ ଚାହାଁନ୍ତିଯେ, ପର୍ସରେ ସର୍ବଦା ଟଙ୍କାଭରି ରହିଥାଉ। ଯାହାଦ୍ବାରା ସହଜରେ ଆରାମଦାୟକ ଜିନିଷ କିଣିପାରିବା। କିନ୍ତୁ ବେଳେବେଳେ ଏମିତି ହୁଏ, ବହୁତ କଠିନପରିଶ୍ରମ ପରେ ସତ୍ତ୍ବେ ଅର୍ଥରଅଭାବ ଦେଖାଦିଏ। ତେବେ ଜାଣିଶୁଣି କିମ୍ବା ଅଜାଣତରେ ଆପଣଙ୍କର କିଛି ଭୁଲ୍ ଏହାର କାରଣ ହୋଇପାରେ। ଅନେକଥର ଆମେ ଏପରିଜିନିଷକୁ ଆମପର୍ସରେ ରଖୁ, ଯାହାର ଆବଶ୍ୟକନଥାଏ ଏବଂ ଉଚିତ୍ ମଧ୍ୟ ନୁହେଁ। ବାସ୍ତୁଶାସ୍ତ୍ରୀ ଅନୁଯାୟୀ, ଏପରି କିଛିଜିନଷ ରହିଛି ଯାହାପର୍ସରେ ବିଲକୁଲ୍ ରହିବା ଉଚିତ୍ ନୁହେଁ।
ଦେବୀ-ଦେବତାଙ୍କର ଚିତ୍ର..ପ୍ରାୟତଃ ଲୋକମାନେ ପର୍ସରେ ଦେବତା ଏବଂ ଦେବୀଙ୍କଚିତ୍ର ରଖନ୍ତି। ଏହାକୁ ରଖିବାରେ କିଛି ଭୁଲନାହିଁ । କିନ୍ତୁ ଧ୍ୟାନରଖିବା ଉଚିତଯେ, ଫଟୋଟି ଯେପରି କୌଣସିସ୍ଥାନରେ ଛିଣ୍ଡା କିମ୍ବା ଫଟାହୋଇନଥିବ । ଏହାବ୍ୟତୀତ ପୁରୁଣାଫଟୋ ରଖିବାମଧ୍ୟ ଅନୁଚିତ୍ ।
ସ୍ବର୍ଗୀୟ ପିତୃପୁରୁଷଙ୍କଫଟୋ… ଅନେକଲୋକ ଅଛନ୍ତି ଯେଉଁମାନେ ସ୍ବର୍ଗୀୟପିତୃପୁରୁଷଙ୍କ ଫଟୋଚିତ୍ର ନିଜ ପର୍ସରେରଖନ୍ତି। କିନ୍ତୁ ବାସ୍ତୁଶାସ୍ତ୍ରହିସାବରେ, ତାହା କରିବା ଅଶୁଭବୋଲି ଧରାଯାଏ। ଏହା କାର୍ଯ୍ୟରେ ବାଧା ଏବଂ ବିଫଳତାକୁ ଟାଣିଆଣେ ବୋଲି କୁହାଯାଏ।
ନୋଟ୍ ଏବଂ ମୁଦ୍ରା ଏକାଠିରଖିବା..ସାଧାରଣତଃ ଲୋକମାନେ ପର୍ସରେ ନୋଟ୍ ଏବଂ ମୁଦ୍ରା ଏକାଠିରଖନ୍ତି । କିନ୍ତୁ ଏହାଦ୍ବାରା ଅର୍ଥସମ୍ବନ୍ଧୀୟ ସମସ୍ୟା ସୃଷ୍ଟିହୋଇଥାଏ। ଏଭଳିପରିସ୍ଥିତିରେ ଦେବୀଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁହେଲେ ନୋଟ୍ ଏବଂ ମୁଦ୍ରାକୁ ପର୍ସର ଅଲଗାଅଲଗା ପକେଟରେରଖନ୍ତୁ। ଏଥିସହ ଧ୍ୟାନଦିଅନ୍ତୁ ଯେ ପର୍ସରେପଡ଼ିଥିବା ଏହିମୁଦ୍ରାଗୁଡ଼ିକ ଯେପରି ଶବ୍ଦ ନକରେ, ଆର୍ଥିକଅବସ୍ଥା ଦୁର୍ବଳହୋଇପାରେ।
ଅନାବଶ୍ୟକ କାଗଜ..କଦାପି ଅଦରକାରୀ ଏବଂ ଅନାବଶ୍ୟକକାଗଜପତ୍ର ପର୍ସରେ ରଖନ୍ତୁନାହିଁ। ଏହା ପର୍ସରେ ନକାରାତ୍ମକତାଉର୍ଜା ସୃଷ୍ଟିକରେ। ଏଥିସହ ହାତକୁ ଟଙ୍କାଆସିବା ପରିବର୍ତ୍ତେ ଆର୍ଥିକସମସ୍ୟାର ସାମ୍ନା କରିବାକୁ ପଡିପାରେ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

