ସାପୁଆନଇରେ ୨୦ଫୁଟର ଘାଈ

0 140

ଭୁବନେଶ୍ୱର,୩।୮(ଏସଏସନିଉଜ)ଏକ ମଧ୍ୟମଧରଣର ବନ୍ୟା ଆଶଙ୍କା କରାଯାଉଛି ବୋଲି ବର୍ଷାଜନିତ ବନ୍ୟାସ୍ଥିତି ନେଇ SRC ସତ୍ୟବ୍ରତସାହୁ ସୂଚନା ଦେଇଛନ୍ତି।ସେକହିଛନ୍ତି ଯେ, ଲଗାଣବର୍ଷା ଯୋଗୁଁ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି, ବର୍ଷା ଛାଡ଼ିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।ସମ୍ଭାବ୍ୟ ବନ୍ୟାପାଇଁ ମହାନଦୀ ସିଷ୍ଟମର ୭ଜିଲ୍ଲାରେ ପ୍ରସ୍ତୁତି ହୋଇଛି।ବାଙ୍କୀରେ ପ୍ରବେଶ କଲା ମହାନଦୀର ପ୍ରଥମ ବନ୍ୟାଜଳ।ହୁଳୁହୁଳା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି।ସେହିଁଭଳି ଭାବେ ଆଠଗଡ ଧୁରୁଷିଆ ପଞ୍ଚାୟତର ରମ୍ପାବନ୍ଧଠାରେ ସାପୁଆନଇରେ ୨୦ ଫୁଟର ଘାଈ ସୃଷ୍ଟି ହୋଇଛି।ଘୁଘୁ ମାଡୁଛି ବନ୍ୟାଜଳ। ମହାନଦୀର ଜଳସ୍ତର ବଢିବାଯୋଗୁଁ ବ୍ୟାକ ଓ୍ବାଟର ସାପୁଆନଇରେ ପଶୁଛି ବନ୍ୟାଜଳ। ଘାଇଯୋଗୁଁ ଧୁରୁଷିଆ , ଘଣ୍ଟିଖାଲ , କଖଡି , ମଞ୍ଚେଶ୍ୱର ପଞ୍ଚାୟତର ବିଭିନ୍ନ ଗାଁ ଏବଂ ଚାଷଜମିରେ ପାଣି ପଶିଛି।

Leave A Reply

Your email address will not be published.