ମହାପ୍ରଭୁଙ୍କ ରତ୍ନ ସ୍ଥାନାନ୍ତର ଶେଷ

ପୁରୀ,୨୩।୯(ଏସଏସନିଉଜ) ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ବୋଲି ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ସକାଳ ୧୦ଟା ୫୫ରୁ ଆରମ୍ଭ ହୋଇଥିଲା ସ୍ଥାନାନ୍ତର।ଅପରାହ୍ନ ୨ଟା ୫୫ରେ ସରିଲା ସ୍ଥାନାନ୍ତର କାର୍ଯ୍ୟ।୬ଟି ଆଲମିରା ଓ ୬ଟି ପ୍ୟାକେଟ୍‌ରେ ବନ୍ଦ ଅବସ୍ଥାରେ ସ୍ଥାନାନ୍ତରିତ।ଭିତର ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ପରେ ୨ଟି ଚାବି ପଡ଼ିଛି।ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚାବି ପଡ଼ିଛି , ଟ୍ରେଜେରୀକୁ ହସ୍ତାନ୍ତର ହେବ।ରାଜ୍ୟ ସରକାରଙ୍କ SOP ଅନୁସାରେ ସ୍ଥାନାନ୍ତର କରାଯାଇଛି।SOP ଅନୁସାରେ ମଧ୍ୟ ସବୁ କିଛି ଭିଡିଓଗ୍ରାଫି କରାଯାଇଛି।ଗଣତି ମଣତି କେବେ ହେବ ରାଜ୍ୟ ସରକାର ସ୍ଥିର କରିବେ।୧୯୭୮ ମସିହାର ତାଲିକା ସହ ମେଳ କରାଯିବ।

- Advertisement -

Leave A Reply

Your email address will not be published.