ମହାରାଷ୍ଟ୍ର ରେ ଭୂମିକମ୍ପ ଝଟକା

0 261

ମୁମ୍ବଇ :୨୪/୭(ଏସଏସଏନ୍)  କରୋନା ମହାମାରୀ ଯୋଗୁ ଦେଶବାସୀ ଆତଙ୍କିତ ହୋଇଥିବା ବେଳେ ପୁଣି ଦେଶରେ ୨ଟି ସ୍ଥାନରେ ପୃଥକ ପୃଥକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।ଯାହାକୁ ନେଇ  ଲୋକେ ଆତଙ୍କିତ ଅବସ୍ଥାରରେ ରହିଛନ୍ତି।ପ୍ରକାଶ ଯେ, ମହାରାଷ୍ଟ୍ର ପାଲଘରରେ ରାତି ୧୨ଟା ୨୬ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଚର ସ୍କେଲରେ ଏହାର ତୀବ୍ରତା ୩.୧ ରହିଥିଲା। ସେହିଭଳି ଶୁକ୍ରବାର ସକାଳ ୫ଟା ୧୧ରେ ଜମ୍ମୁ-କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ରେକର୍ଡ କରାଯାଇଛି।ତେବେ ସମୟ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହେଉଛି।ପୂର୍ବରୁ  ଦିଲ୍ଲୀ-ଏନସିଆର, ଜାମ୍ମୁ କାଶ୍ମୀର, ମଣିପୁର, ଗୁଜୁରାଟ, ରାଜସ୍ଥାନ, ହିମାଚଳ ପ୍ରଦେଶରେ ଭୁମିକମ୍ପ ହେବା ଦ୍ବାରା ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Leave A Reply

Your email address will not be published.