ବ୍ୟାରିକେଟରେ ବନ୍ଦ ହେଲା ଗୋଡିସାହିଫାଣ୍ଡି

0 482

ବାରଙ୍ଗ,୨୩/୭(ଏସ୍‌ଏସ୍‌ନିୟୁଜ)ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି ।ଗତକିଛିଦିନହେବ ଆଶାଠାରୁ ଅଧିକ ପରିମାଣର ଆକ୍ରାନ୍ତ ଚିହ୍ନଟ ହେଉଥିବାର ଜଚ୍ଚାପଡିଛି ।ଏହାର କବଳରୁ ବାରଙ୍ଗ ଅଂଚଳମଧ୍ୟ ମୁକୁଳିପାରିନାହିଁ ।ବାରଙ୍ଗବ୍ଲକରେ ୮ଜଣଙ୍କର ପଜିଟିଭ ବାହାରିଥିବାବେଳେ ବେଳେ ଗୁରୁବାରଦିନ ଗୋଡିସାହିଫାଣ୍ଡର ଜଣେ ଏ ଏସ୍ ଆଇ ଙ୍କର ପଜିଟିଭ ଜଣାପଡିଥିବାର ବାରଙ୍ଗବ୍ଲକ ବିଡିଓ ପ୍ରଭାକରପଣ୍ଡା ସୁଚନା ଦେଇଛନ୍ତି । ଗତ ୧୯ତାରିଖରେ ଏକ କେଶ୍‌ରେ ନରାଜଅଂଚଳର ଜଣେ ଯୁବକକୁପୋଲିସ ଗିରଫ କରି ଫାଣ୍ଡିରେ ରଖିବାସହ ସ୍ୱାବ୍‌୍‌ଟେଷ୍ଟ୍ ପାଇଁ ପଠାଇଥିଲେ । ୨୦ତାରିଖରେ ତାଙ୍କୁ କୋର୍ଟଚାଳଣ କରାଯାଇଥବାବେଳେ କୋର୍ଟଚାଳଣ ହୋଇଥିବା ଯୁବକର ପଜିଟିଭ ବୋଲି ରାତିରେ ପୋଲିସ ଜାଣିବାକୁ ପାଇଥିଲା ।୨୧ତାରିଖରେ ଗୋଡିସାହି ଓ ବାରଙ୍ଗଥାନାକୁ ସାନିଟାଇଜ କରାଯିବାସହ ଗୋଡିସାହିଫାଣ୍ଡିରେ ଥିବା ୮ଜଣ କର୍ମଚାରୀଙ୍କରସହିତ ଫାଣ୍ଡି ସାମ୍ନାରେ ଥିବା ଜଣେ ପାନଦୋକାନି ର ଦୁଇଜଣଙ୍କର ସ୍ୱାବ୍‌ଟେଷ୍ଟ ପାଇଁ ପଠାଯାଇଥିଲା । ଗୁରୁବାରଦିନ ସେଥିମଧ୍ୟରୁ ଫାଣ୍ଡି ଏଏସ୍‌ଆଇଙ୍କର ପଜିଟିଭ ବାହାରିଥିବାର ବାରଙ୍ଗବ୍ଲକ ବିଡିଓ ପ୍ରଭାକରପଣ୍ଡା କହିଛନ୍ତି । ଏହାପରେ ଗୋଡିସାହି ଫାଣ୍ଡି ସାମ୍ନାରେ ବ୍ୟାରିକେଟ ଦିଆଯାଇ ବନ୍ଦ କରାଯାଇଥିବାର ଦେଖିବାକୁ ମିଳିଛି । (ବାରଙ୍ଗରୁ ଗୈାତମରାଉତଙ୍କରିପୋର୍ଟ-ସତ୍ୟସନ୍ଧାନ)
ଘରେ ରୁହନ୍ତୁ, ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ, ନିହାତି ଜରୁରୀ ହେଲେ ମାସ୍କ ପିନ୍ଧି ବାହାରକୁ ଯା\’ନ୍ତୁ ଏବଂ ସାମାଜିକ ଦୂରତା ରଖନ୍ତୁ ସରକାରଙ୍କର ନୀୟମକୁ ମାନନ୍ତୁ – ସତ୍ୟସନ୍ଧାନ ପରିବାର ।

Leave A Reply

Your email address will not be published.