ଭୁବନେଶ୍ୱର, ୧୦ା୭(ଏସଏସନିଉଜ)ମାହୋଇଛି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଥିବା ଗୟଳ । ୪୨ନମ୍ୱର ଏନକ୍ଲୋଜରରେ ରହୁଥିବା ଗୟଳ ବୁଧବାର ସନ୍ଧ୍ୟାରେ ଏକ ଛୁଆକୁ ଜନ୍ମ ଦେଇଛି। ୨୦୨୪ ଜୁନ୍ ୫ରେ ଗୟଳ ଶେଷ ଥରପାଇଁ ଜନ୍ମ ଦେଇଥିଲା।ଏହି ନବଜାତ ଛୁଆର ବାପା ଏବଂ ମାତା ଉଭୟ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲେ। ନଭେମ୍ବର୨୦୨୪ରେ ଏମାନଙ୍କ ମିଳନ ହୋଇଥିଲା।ଏହି ନବଜାତକର ଜନ୍ମପରେ, ଚିଡ଼ିଆଖାନାରେ ମୋଟ ଗୟଳସଂଖ୍ୟା ୭ରେ ପହଞ୍ଚିଛି।ସେଥିମଧ୍ୟରୁ ୩ ପୁରୁଷ, ୩ ମାଈ ଏବଂ ୧ ଛୁଆ ଥିବାର ଜଣାପଡିଛି। (ଜିତ୍ ରାଉତଙ୍କ ରିପୋର୍ଟ)
