ମହିମାଗାଦିରେ ନବାନ୍ନ ଭକ୍ଷଣ ମହୋତ୍ସବ

ମେଣ୍ଢାଶାଳ,୨୧।୯(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟମହିମା ଗୋବିନ୍ଦବାବାଙ୍କ ଗାଦିପୀଠରେ ନବାନ୍ନଭକ୍ଷଣ ମହୋତ୍ସବ ଗୁରୁବାରଦିନ ଅନୁଷ୍ଠିତ ହୋଇଯାଇଛି ।ସାଧୁସନ୍ଥମାନେ ବୁଧବାରଦିନ ବିଶ୍ୱର ମଙ୍ଗଳ ପାଇଁ ସମବେତ ପ୍ରାଥନା,ଧର୍ମଆଲୋଚନା ଓ ଭଜନଗାୟନ ଅହୋରାତ୍ର କରିଥିଲେ। ସିଦ୍ଧସାଧୁ ବ୍ରହ୍ମଲୀନ ଅବଧୁତ ଜୟକୃଷ୍ଣବାବାଙ୍କ ଆଦେଶ ଅନୁସାରେ ଏବଂ ବ୍ରହ୍ମ ଅବଧୁତ ବ୍ରଜବନ୍ଧୁ ବାବାଙ୍କ ତତ୍ତ୍ୱବଧାନରେ ଆଜି ପୂର୍ବାହ୍ନରେ ନୂଆଧାନରୁ ପ୍ରସ୍ତୁତ ଚୁଡାରେ ପ୍ରସାଦ ପ୍ରସ୍ତୁତ କରାଯାଇଥିଲା କ୍ଷ ସେଥିରେ ଗୁଡ଼. ବିଭିର୍ନ୍ନ ଫଳ. ଅଦା. ଗୋଲ ମରିଚ. ଗୁଆଘିଅ. ନଡ଼ିଆ. ଆମ୍ବୁଲଖଟା. ହଳଦୀ ପିଠା. ରସଗୋଲା. ପୋଡ଼, ମିଠା. ଜିଲାପି ଆଦି ପକାଯାଇ ଭକ୍ତମାନଙ୍କୁ ବଣ୍ଟାଯାଇଥିଲା।ଅପରାର୍ଣ୍ଣରେ ଗାଦି ପୀଠରେ ନୂଆ ଚାଉଳରୁ ପ୍ରସ୍ତୁତ ଅର୍ଣ୍ଣ. ଡାଲମା. ଖଟା ଓ ଖିରି ମିଠା ଭକ୍ତମାନେ ପାଇଥିଲେ । ଦାରୁଠେଙ୍ଗ . ଅଳସୁଆ. ଅନ୍ଧାରୁଆ. ଚନ୍ଦକା. ବଡମ୍ବା ଆଦି ଅଞ୍ଚଳରୁ ଭକ୍ତମାନେ ସାମିଲ ହୋଇ ଆହୋରାତ୍ର ଭଜନଗାନ କରିଥିଲେ କ୍ଷ ବ୍ରହ୍ମ ଅବଧୁତ ନକୁଳ ବାବା. ଯୋଗି ବାବା. ଲମ୍ବୋଦର ବାବା. ପ୍ରମୋଦ ବାବା.ସାଧୁ ମଧୁସୂଦନ ଦାସ ସାଧୁ ସୁଧାକାର ଦାସ. ସାଧୁ କ୍ଷମା ଦାସ. ସାଧୁ ରମେଶ ଦାସ. ସାଧୁ ହରମୋହନ ଦାସ. ସାଧୁ ହୃଷିକେଶ ଦାସ.ସାଧୁ ରାମଚନ୍ଦ୍ର ଦାସ. ସାଧୁ ବଲଭଦ୍ର ଦାସ. ସାଧୁ ଚନ୍ଦନ ଦାସ. ସାଧୁ ବ୍ରହ୍ମନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.