ମାଲକାନଗିରିରେ ଶୁଭାରମ୍ଭ ହେଲା ବାୟୁ ଆମ୍ବୁଲାନ୍ସ ସେବା

0 322

ମାଲକାନଗିରି, ୨୫/୪(ଏସଏସନିଉଜ) ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ଲାଗି ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ବାୟୁ ସ୍ୱାସ୍ଥ୍ୟ ସେବା । ତେବେ ମାଲକାନଗିରି ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ସେବା ସୁଧାରିବା ଲାଗି ଏକ ସ୍ୱତନ୍ତ୍ର ଡାକ୍ତରି ଦଳ ଦୁଇ ଦିନିଆ ମାଲକାନଗିରିକୁ ଗସ୍ତ କରିଛନ୍ତି ।ଏଥିରେ ସୁପର କାଡରିୟୋଲୋଜି, ଗେଷ୍ଟନଲୋଜି ଓ ୟୁରୋଲୋଜିଙ୍କ ସହ ଏସ୍ତେନସିଆ ଓ ହେପଟୋଲଜି ଭଳି ପ୍ରମୁଖ ବିଭାଗର ୪ ଜଣ ସ୍ପେଶାଲ ଡାକ୍ତରଙ୍କ ସହ ଆଠ ଜଣ ଜୁନିଅର ଡାକ୍ତରମାନେ ଅଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ଦୁଇ ଦିନିଆ ଗସ୍ତରେ ଡାକ୍ତରମାନେ ଗୁରୁତର ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି ।

 

Leave A Reply

Your email address will not be published.