ମମତାଙ୍କ ନାଟକ

 ଖବର ଆଜିର,ତାରିଖ ୨୯-୦୫-୨୦୨୧/ ଶନିବାର

0 252

୧-ଟୋକନ୍ ଅବଧି ବଢ଼ାଇବା ଦାବିରେ ଚାଷୀଙ୍କ ହଙ୍ଗାମା । ସମ୍ବଲପୁରରେ ସରକାରୀ ଅଫିସରେ ତାଲା ପକାଇଲେ ଚାଷୀ । ଆଲୋଚନା ପରେ ହଟିଲା ଆନ୍ଦୋଳନ ।
୨-ମମତାଙ୍କ ନାଟକ : ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଯାଇ ଅଧଘଣ୍ଟା ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ ।ପ୍ରଧାନମନ୍ତ୍ରୀ ମୋଦୀ । ।ଅନ୍ୟ ସ୍ଥାନରେ ମିଟିଂ ଥିବା କହି ବାତ୍ୟା ସମ୍ପର୍କିତ କାଗଜପତ୍ର ଦେଇ ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।
୩-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପେକ୍ଷା କରାଇବା, ପୁଣି ବୈଠକରୁ ଉଠି ଆସିବା ଉପରେ କହିଲେ ମମତା- ମୁଁ ଅନୁମତି ଆଣିଥିଲି
୪–ୟାସ୍‍ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ପାଇପ ଜଳଯୋଗାଣ ପୁନରୁଦ୍ଧାର କାର୍ଯ୍ୟ ।
୫-ଜୁନ ୩୦ ଯାଏଁ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା
୬-ବାତ୍ୟା ମୁକାବିଲା: ଓଡ଼ିଶାକୁ ମୋଦିଙ୍କ ପ୍ରଶଂସା । କହିଲେ, ଆଗୁଆ ପ୍ରସ୍ତୁତି ଯୋଗୁ ହୋଇଛି ସର୍ବନିମ୍ନ କ୍ଷତି ।
୭-ଓଡ଼ିଶାକୁ ୫୦୦କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
୮-ବାତ୍ୟାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା ।ବାତ୍ୟାରେ ଗୁରୁତର ଆହତଙ୍କ ଲାଗି ୫୦ହଜାର ଟଙ୍କାର ସହାୟତା ଘୋଷଣା । ।
୯-କ୍ଷୟକ୍ଷତି ଆକଳନ ଲାଗି ଆସିବ କେନ୍ଦ୍ରୀୟ ଟିମ। ଓଡ଼ିଶା ସମେତ ପ୍ରଭାବିତ ରାଜ୍ୟକୁ ଆସିବ ଆନ୍ତଃମନ୍ତ୍ରାଳୟ ଟିମ ।
୧୦-୯୯୦ ଟଙ୍କାରେ ମିଳିବ ୨-ଡିଜି ଔଷଧ, କେନ୍ଦ୍ର ଓ ରାଜ୍ୟ ପାଇଁ ରିହାତି ।
୧୧-ବର ସାଜିବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍‌, ପ୍ରେମିକା କ୍ୟାରୀ ସାଇମଣ୍ଡ୍‌ସଙ୍କ ଧରିବେ ହାତ ।
୧୨-ଜାତୀୟ ବିପତ୍ତିରେ ବାତ୍ୟା ସାହାଯ୍ୟ ମାଗି ଦେଶର ବୋଝ ବଢାଇବାକୁ ଚାହେଁନି ଓଡିଶା, ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌ର ଜବରଦସ୍ତ ଟ୍ରେଣ୍ଡ, ଇଣ୍ଟରନେଟ୍ ୟୁଜର କହିଲେ- ‘ନବୀନ ପ୍ରକୃତ ଜନନାୟକ’ ।
୧୩-ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟରେ ମାମଲା : ପରବର୍ତ୍ତୀ ଶୁଣାଣି ୩୧ରେ ।
୧୪-ନାରଦା ଷ୍ଟିଙ୍ଗ ମାମଲା: ମମତା ବାନାର୍ଜୀଙ୍କ ଦୁଇ ମନ୍ତ୍ରୀଙ୍କ ସମେତ ୪ ଜଣ ନେତାଙ୍କୁ ସସର୍ତ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ।
୧୫-ମୋଦୀଙ୍କ ଉପରେ ରାହୁଲ୍ ଗାନ୍ଧୀଙ୍କ ଜୋରଦାର ହମଲା, କହିଲେ -” ଦ୍ବିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ହିଁ ଦାୟୀ “।
୧୬-ଜୁଲାଇ ୫ରେ ଆମାଜନ ସିଇଓ ପଦରୁ ଅବସର ନେବେ ଜେଫ ବେଜୋସ ।
୧୭-ଗୋଟିଏ ଡୋଜରେ ଶେଷ ହେବ କରୋନା, ବ୍ରିଟେନରେ ଜନସନ ଆଣ୍ଡ ଜନସନ ଟିକାକୁ ମିଳିଲା ଅନୁମତି ।
୧୮-ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ
୧୯-ସାଇନା, ଶ୍ରୀକାନ୍ତ ଟୋକିଓ ଅଲିମ୍ପିକ୍ସରୁ ବଞ୍ଚିତ ।
୨୦-ଜୁନ୍ ପହିଲାରୁ ଖୋଲିବ କଲେଜ, ଉଚ୍ଚଶିକ୍ଷା ସଚିବଙ୍କ ଚିଠି ।
୨୧-HDFC ବ୍ୟାଙ୍କକୁ ଝଟ୍‌କା, ୧୦ କୋଟି ଟଙ୍କା ଜରିମାନା ଲଗାଇଲା ଆରବିଆଇ ।
୨୨-ଭାରତର ପଳାତକ ବ୍ୟବସାୟୀ ମେହୁଲ ଚୌକସି ପ୍ରତ୍ୟର୍ପଣ ଉଦ୍ୟମକୁ ଝଟକା । କୋର୍ଟ କହିଲା ଆଣ୍ଟିଗୁଆକୁ ଫେରାଯାଇପାରିବ । ଖସିଯିବା ବେଳେ ଡୋମିନିକାରେ ଧରାପଡିଥିଲା ମେହୁଲ ଚୌକସି
୨୩-ଟିକା ପାଇଁ ଗ୍ଲୋବାଲ ଟେଣ୍ଡର: ସର୍ତ୍ତ କୋହଳ ପରେ ବି ଆସୁନାହାନ୍ତି କମ୍ପାନୀ, ‘ପ୍ରାଇସ୍‌’କୁ ନେଇ ଚିନ୍ତା ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.