ମନ୍ଦିରରେ ପଡିଲା ତାଲା

0 438

ବାରଙ୍ଗ,୨୫/୧୦(ଏସ୍‌ଏସ୍‌ନିୟୁଜ) ମନ୍ଦିରରେ ପଡିଲା ତାଲା ।ଏହି ଭଳି ଏକ ଘଟଣା ଘଟିଛି ବାରଙ୍ଗ କନକଦୁର୍ଗାଙ୍କ ମନ୍ଦିରରେ ।ଯାହାଫଳରେ ସର୍ବପୁରାତନ ମନ୍ଦିର ମା କନକଦୁର୍ଗାଙ୍କ ନିତୀକାନ୍ତିରେ ବ୍ୟାଘାତ ସୃଷ୍ଟି ହୋଇଛି । ଦଶହରା ପାଇଁ ଏହି ପୀଠ ଚଳଚଂଚଳ ହୋଇଉଠିଥାଏ ।କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୋଲିସ ଚଳିତ ବର୍ଷ ମନ୍ଦିରରେ ତାଲା ପକାଇଛି ।ଫଳରେ ବହୁ ଭକ୍ତ ନିରାଶ ହୋଇ ଫେରିଥିବାର ଦେଖିବାକୁ ମିଳିଛି ।ପ୍ରାୟତଃ ନବମୀ ଓ ଦଶମୀରେ ଏହି ଜାଗାରେ ଗାଡି ପୁଜା ହୋଇଥାଏ ।କିନ୍ତୁ ଚଳିତ ବର୍ଷ ଏଥିରେ ଦେଖାଦେଇଛି ବ୍ୟତିକ୍ରମ ।ତେବେ ବାରଙ୍ଗଥାନା ପୋଲିସର ଏପରି କାର୍ଯ୍ୟକୁ ବିରୋଧ କରିଛି ବାରଙ୍ଗ ମଣ୍ଡଳ ବିଜେପି ।

ମଣ୍ଡଳ ବିଜେପି ତଥା ମଣ୍ଡଳ ସଭାପତି ପ୍ରଭାତ ମହାପାତ୍ର, ପୂର୍ବତନ ସଭାପତି ପ୍ରଭାସ ରାଉତ, ଜିଲ୍ଲା ପ୍ରତିନିଧି ଦୀପକ ସ୍ୱାଇଁ, ଜିଲ୍ଲା କିଷାନମୋର୍ଚ୍ଚା ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ, ସୁବାଷ ଲେଙ୍କା, ସୁଭୟ ସାହୁ ପ୍ରମୁଖ ବାରଙ୍ଗଥାନା ଅଧିକାରୀଙ୍କର ମନ୍ଦିରରେ ତାଲା ପକାଇବା ସହ ପୁଜକଙ୍କୁ ଖରାପବ୍ୟବହାର କରି ଅଶ୍ଲିଳଭାଷାରେ ଗାଳିଗୁଲଜ କରି ପଇତା କାଢିବାକୁ କହି ମାଡମାରି ଥାନାରେ ଅଟକ ରଖିବା ଘଟଣାକୁ ଦୃଷ୍ଟ ନିନ୍ଦା କରିଛନ୍ତି ।ଯାହାଫଳରେ ମନ୍ଦିରରେ ୩ଦିନହେବ ମାଙ୍କ ନିତୀକାନ୍ତି ବନ୍ଦ ହୋଇଯାଇଥିବାର ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.