ମଣିଜପୁର ଗ୍ରାମକୁ କଂଟେନମେଣ୍ଟ ଜୋନ ଘୋଷଣା

0 237

ଡେଲାଙ୍ଗ,୧୧/୬(ଏସଏସନିୟୁଜ)ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବେରବୋଇ ପଂଚାୟତରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଯୁବକ ଜଣକ ହାଇଦ୍ରାବାଦରୁ ଫେରନ୍ତା ଜଣେ ପ୍ରବାସିଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କର ଛିଙ୍କ ହେବାରୁ ଭୁବନେଶ୍ୱର ସ୍ଥିତ ଏମସ୍ ମେଡିକାଲରେ ସ୍ୱାବ ଟେଷ୍ଟ କରିଥିଲେ । ତାଙ୍କର ପଜେଟିଭ ବାହାରିବା ପରେ ଚିକିତ୍ସା ପାଇଁ କୋଭିଡ ହସପିଡାଲରେ ଭର୍ତି କରାଯାଇଥିଲା ।ଏହାକୁନେଇ ପରେ ସ୍ଥାନିୟ ଅଂଚଳରେ ଭୟର ବାତ।ବରଣ ସୃଷ୍ଟି ହୋଇଯାଇଛି । ମଣିଜପୁର ଗ୍ରାମକୁ ଗତକାଲି ରାତିରୁ କଂଟେନମେଂଟଣ୍ଟ ଜୋନ ଘୋଷଣା ପ୍ରଶାସନ ପକ୍ଷରୁ କରାଯାଇଛି । ପରିବାର ସମସ୍ତ ସଦସ୍ୟଙ୍କ ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଛି । ପ୍ରଶାସନ ପକ୍ଷରୁ ଗ୍ରାମର ଯାତାୟତ ରାସ୍ତାକୁ ସିଲ କରାଯାଇ ଥିବା ବେଳେ କଂଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ବୋଲି ସ୍ଥାନୀୟ ସରପଂଚ ଜ୍ୟୋର୍ତିମୟୀ ସ୍ୱାଇଁ କହିଛନ୍ତି ।

Leave A Reply

Your email address will not be published.