ଅଳିଆ ବୋଝେଇ ହାଇଓା ଧକ୍କାରେ ମେଡିସିନର ଏରିଆ ମ୍ୟାନେଜରଙ୍କ ମୃତ୍ୟୁ

0 229

ଭୁବନେଶ୍ବର,୧୨/୬(ଏସଏସନିୟୁଜ) ବିଏମସି ଅଳିଆ ବୋଝେଇ ହାଇଓା ଧକ୍କାରେ ଇଣ୍ଡୋକୋ ମେଡିସିନର ଏରିଆ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଇନଫୋସିଟି ଥାନା ଅଧୀନସ୍ଥ ମ୍ୟାଗ୍ନେଟିକଛକ ପାଖରେ ଘଟିଛି ।ମୃତ୍ୟୁବରଣ କରିଥିବା ମ୍ୟାନେଜରଙ୍କ ନାମ ବିଶ୍ବଜିତ ସ୍ବାଇଁ । ବିଶ୍ୱଜିତ ଜୟଦେବବିହାରରୁ ନନ୍ଦନକାନନ ରାସ୍ତାରେ ଯାଉଥିବାବେଳେ ପଛପଟରୁ ବିଏମସିର ଏକ ହାଇଓା ଧକ୍କାଦେଇଥିଲା ।
ପ୍ରକାସ ଯେ,ଇଣ୍ଡୋକୋ ମେଡିସିନର ଭୁବନେଶ୍ବର ଏରିଆ ମ୍ୟାନେଜର ବିଶ୍ବଜିତ ସ୍ୱାଇଁ ତାଙ୍କ ବାଇକ ନଂ-OR01-R-2022 ଯୋଗେ ଜୟଦେବ ବିହାରରୁ ନନ୍ଦନକାନନ ଅଭିମୁଖେ ଯାଉଥିଲେ । ମ୍ୟାଗ୍ନେଟିକ୍ସ ଛକପାଖରେ ବିଏମସିର OR04-M-0533 ନଂ ଏକ ହାଇଓା ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବିଶ୍ବଜିତଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଇନଫୋସିଟି ଥାନା ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.