ସାଙ୍ଗ ସାଜିଲା ବଇରୀ

0 440

ଭୁବନେଶ୍ୱର :୧୨/୬ (ଏସଏସଏନ୍)ସାମାନ୍ୟ ମଦ ପାଇଁ ଜଣେ ସାଙ୍ଗ ସାଜିଛି ସାଙ୍ଗ ପାଇଁ ବଇରୀ । ମଦ ନ ଦେବାରୁ ଦୀର୍ଘ ଦିନର ସର୍ମ୍ପକକୁ ପଛରେ ପକାଇ ସାଙ୍ଗକୁ ପିଟି ପିଟି  ବିଭତ୍ସ ଭାବରେ ହକ୍ୟା କରିଛି ସାଙ୍ଗ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବର ରେ । ମଦ ନ ଦେବାରୁ ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ପିଟି ପିଟି ମାରିବା ଘଟଣା ରାଜଧାନୀରେ ଚାଂଚଲ୍ୟ ଖେଳାଇ ଦେଇଛି । ମୃତ ଯୁବକ ଜଣଙ୍କ ହେଲେ ଚନ୍ଦକାର ରାହାସ ବେହେରା(୪୦) । ପୁଲିସ ଘଟଣା ସ୍ଥଳରେ ପହଚିଂ ମୃତଦେହକୁ ଜବତ କରିବା ସହ ହତ୍ୟାକାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ମଣ୍ଡପ ସାହିର ସନାତନ ମୁଣ୍ଡା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ପୁଲିସ ରାହାସଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ଏନେଇ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନଭିନ ଜାରି ରଖିଛି । ସେହିଭଳି ସାଇଟିଂଫିକ ଟିମ ମଧ୍ୟ ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ ଯେ, ଚନ୍ଦକାର ରାହାସ ବେହେରା ଚନ୍ଦ୍ରଶେରପୁର ଥାନା ମଣ୍ଡପ ବସ୍ତିରେ ପରିବାର ସହ ରୁହନ୍ତି । ସାହାସ ଜଣେ ରାଜମିସ୍ତ୍ରୀ ଭାବେ କାମ କରନ୍ତି ।ସେହିଭଳି ମଣ୍ଡପ ବସ୍ତିରେ ମଧ୍ୟ ରୁହନ୍ତି ସନାତନ ମୁଣ୍ଡା । ସନାତନ ଓ ରାହାସ ମିଶି ରାଜମିସ୍ତ୍ରୀ ଭାବେ କାମ କରନ୍ତି । ଅନେକ ସମୟରେ ଦୁହେଁ ମଦ ପିଇବାକୁ ନେଇ ଗଣ୍ଡଗୋଳ ହୁଅନ୍ତି । ଆଜି ସକାଳୁ ରାହାସ ମଦ ନ ଦେବାରୁ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସନାତନ ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଠେଙ୍ଗାରେ ପିଟିଟିପି ମାରି ଦେଇଥିଲା । ଏହାକୁ ନେଇ ମଣ୍ଡପ ବସ୍ତିରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ପୁଲିସ ଘଟଣା ସ୍ଥଳରେ ପହଚିଂ ମୃତହେକୁ ଜବତ କରିବା ସହ ହତ୍ୟାକାରୀ ସନାତନଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି

Leave A Reply

Your email address will not be published.