ଜଣେ କରୋନା ରୋଗୀଙ୍କ ମୃତ୍ୟୁପରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି

0 229

ଭୁବନେଶ୍ୱର,୧୨/୬(ଏସଏସନିୟୁଜ) ଆଜି ପୁଣି ୧୧୨ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ନୁଆ ଚିହ୍ନଟଙ୍କ ମଧ୍ୟରେ ୧୦୭ ଜଣ ସଂଗରୋଧ କେନ୍ଦ୍ରରେ ଥିବାବେଳ ୫ ଜଣ ଅନ୍ୟାନ୍ୟ ସ୍ଥାନରୁ ଚିହ୍ନଟ କରାଯାଇଛି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୩୪୯୮ରେ ପହଁଚିଛି । ସେହିଭଳି ୧୧୩୧ ଟି ଆକ୍ଟିଭ ମାମଲା ରହିଥିବାବେଳେ ୨୩୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗଞ୍ଜାମର ୫୫ ବର୍ଷିୟ ଜଣେ ବ୍ୟକ୍ତିଙ୍କ ଏଥିରେ ମୃତ୍ୟୁ ଘଟିବା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ଏବଂ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।ପଜିଟିଭ ଚିହ୍ନଟଙ୍କ ମଧ୍ୟରେ ଝାରସୁଗୁଡା ଜିଲ୍ଲାରୁ ୨, ମାଲକାନଗିରି ଜିଲ୍ଲାରୁ ୩, କେନ୍ଦୁଝର ଜିଲ୍ଲାରୁ ୫, ଯାଜପୁର ଜିଲ୍ଲାରୁ ୩, ଖୋର୍ଦ୍ଧା ଜିଲ୍ଲାରୁ ୮, ପୁରୀ ଜିଲ୍ଲାରୁ ସର୍ବାଧିକ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୬, ଦେବଗଡ଼ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୩, ଗଞ୍ଜାମ ଜିଲ୍ଲାରୁ ୬, ସୁନ୍ଦରଗଡ଼ ଜିଲ୍ଲାରୁ୪, ବୌଦ୍ଧ ଜିଲ୍ଲାରୁ ୩, ଗଜପତି ଜିଲ୍ଲାରୁ ୫, ସମ୍ବଲପୁର ଜିଲ୍ଲାରୁ ୫, ବଲାଙ୍ଗୀର ଜିଲ୍ଲାରୁ ୫, ମୟୂରଭଞ୍ଜ ଜିଲ୍ଲାରୁ ୭, ବାଲେଶ୍ୱର ଜିଲ୍ଲାରୁ ୫, ନୟାଗଡ ଜିଲ୍ଲାରୁ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ସକାଳୁ ରାଜ୍ୟରେ ୧୧୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀ । ପୂର୍ବରୁ ୬୨ ଜଣ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ବାତ୍ୟା ଅମ୍ପାନ ସମୟରେ ଓଡିଶାର ଓଡ୍ରାଫ, ଅଗ୍ନିଶମ ଓ ଏନଡିଆରଏଫ କର୍ମଚାରୀମାନେ କୋଲକତା ଯାଇଥିଲେ । କୋଲକତାରେ କର୍ମଚାରୀମାନେ ବାତ୍ୟା ସମୟରେ ସାହସିକତାର ସହ କାମ କରିବା ସମୟରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ ।

Leave A Reply

Your email address will not be published.