ମଣିପୁରୀ ହରିଣ ମୃତ୍ୟୁ

ବାରଙ୍ଗ,୨୩ା୨(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୬ନମ୍ବର(ଖ)ଏନକ୍ଲୋଜରରେ ରହୁଥିବା ବୟସ୍କ ଅଣ୍ଡିରା ମଣିପୁରୀ ହରିଣ ସଂଘର୍ଷରେ ମୃତ୍ୟୁ ଘଟିଛି।ଗତ ସୋମବାରଦିନ ଖାଦ୍ୟାଭାବରୁ ଏନକ୍ଲୋଜରଭିତରେ ଅନ୍ୟ ଏକ ଅଣ୍ଡିରା ମଣିପୁରୀ ହରିଣ ସହ ମାଡଗୋଳ ହୋଇଥିଲା।ଫଳରେ ବୟସ୍କ ହରଣଟିର ପେଟ ଓ ଦେହରେ କ୍ଷତ ସୃଷ୍ଟି ହୋଇଥିଲା।ଯାହାଫଳରେ ଅଚେତ୍ ହୋଇ ତଳେ ପଡିଯାଇଥିଲା।ଖବରପାଇ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକମାନେ ଚିକିତ୍ସା କରୁଥିବାବେଳେ ଆଜି ତାର ମୃତ୍ୟୁ ଘଟିଥିଲା।ତାର ପେଟରେ ସିଂଘ ପଶିଯିବାରୁ ବିରାଟ କଣା ହୋଇଯାଇଥିବାର ଜଣାପଡିଥିଲା ।ମୃତ୍ୟୁର କାରଣ ଜାଣିବା ପାଇଁ କର୍ତ୍ତୁପକ୍ଷ ଶବବ୍ୟବଛେଦ କରିଛନ୍ତି।ଏହି ବୟସ୍କ ହରିଣର ମୃତ୍ୟୁ ପରେ ନନ୍ଦନକାନନରେ ମଣିପୁରୀ ହରିଣ ସଂଖ୍ୟା ୨୨କୁ ହ୍ରାସ ପାଇଛି।

 

- Advertisement -

Leave A Reply

Your email address will not be published.