ମାଙ୍କପୀଠରେ ଆରମ୍ଭ ହେବ ପାର୍ବଣ ପୂଜା

ଜଗତସିଂହପୁର,୨୯/୯(ଏସଏସନିୟୁଜ) ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ପ୍ରସିଦ୍ଧ ମା’ ଶାରଳାଙ୍କ ପୀଠରେ ପବିତ୍ର ମୂଳାଷ୍ଟମୀ ଅବସରରେ ଅର୍ଥାତ ଆଜିଠାରୁ ୧୪ ଦିନ ବ୍ୟାପୀ ପାର୍ବଣ ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଙ୍କପୀଠରେ ପାର୍ବଣ ପୂଜା ହେବ ।ମା ବିଭିର୍ଣ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ । ସୁସଜିତ ବିମାନରେ ମା’ଙ୍କୁ ବିରାଜମାନ କରାଇ ବେଢ଼ା ପରିକ୍ରମା କରାଯିବ । ଏହାସହ ମା’ ଜଗତ ଜନନୀଙ୍କ ପାଖରେ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି ବିଧିରେ କରାଯିବ।

- Advertisement -

Leave A Reply

Your email address will not be published.